୫ବର୍ଷର କୁନି ଝିଅ କଲେ ବିଶ୍ୱ ରେକଟ

5year-old-girl-became-auther

ମେଟ୍ରୋ ଟିଭି ଓଡିଶା (୨୨.୨.୨୦୨୨) :ପିଲାଦିନ ଖେଳ କୁଦର ବୟସ। ସାଙ୍ଗ ସାଥୀଙ୍କ ସହ ମଜା ମସ୍ତି କରିବାର ସମୟ। କୁନି ପିଲା ମାନେ ସାଧାରଣତଃ ପାଠ ପଢା ପ୍ରତି ଟିକେ କମ୍‌ ଧ୍ୟାନ ଦିଅନ୍ତି। କିନ୍ତୁ ୫ବର୍ଷ ବସୟରେ ଜଣେ କୁନି ଝିଅ ନିଜର ପ୍ରଥମ ବହି ଲେଖିଛନ୍ତି। କଥାଟା ଶୁଣି ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଘଟଣାଟି ସତ। ୫ବର୍ଷର ଏହି ଲେଖିକାଙ୍କ ନାଁ ବେଲା ଜେ। ବେଲା ଆମେରିକାରେ ରୁହନ୍ତି। ଗତ ବର୍ଷ ସେ ଏହି ବହି ଲେଖିଥିବା ତାଙ୍କ ପରିବାର ଲୋକେ କହିଛନ୍ତି।


ବେଲାଙ୍କ ବହି ର ନାଁ ‘ଦ ଲଷ୍ଟ କ୍ୟାଟ୍‌’। ଏହି ବହି ଆମାଜୋନ୍‌ରେ ଉପଲବ୍ଧ। ବେଲାଙ୍କ ବହିକୁ ତାଙ୍କ ବାପା ମାଆ ବିଭିନ୍ନ ବୁକ୍‌ ଫେୟାର ନେଇ ସାମିଲ୍‌ କରିବା କଥା କହିଛନ୍ତି। ଗିନିଜ୍‌ ୱାର୍ଲଡ ରେକର୍ଡରେ ସାମିଲ ହେବା ପାଇଁ ବେଲାଙ୍କୁ ୧୦୦ଟି ବହି ବିକ୍ରି କରିବାକୁ ହେବ।