ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗସ୍ତର ତୃତୀୟ ଦିନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ ରାଷ୍ଟ୍ରପତି। ଦିନ ୧୦ଟା ୧୫ରେ ବ୍ରହ୍ମପୁର ପହଞ୍ଚିବା ପରେ ସେଠାରୁ ଭଞ୍ଜବିହାର ଯାଇ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନରେ ଯୋଗଦେବେ। ଏ ଅବସରର ରାଷ୍ଟ୍ରପତି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ସହ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ପଦକ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଦିନ ୧୨ଟାରେ ଭୁବନେଶ୍ୱର ଫେରି ରାଜଭବନରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି। ଅପରାହ୍ନରେ କଟକରେ ବ୍ରହ୍ମକୁମାରୀ ଓଡ଼ିଶାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ସାମିଲ ହୋଇ ପୁଣି ରାଜଭବନ ଫେରି ସେଠାରେ ରାତ୍ରି ଯାପନ କରିବେ ଦ୍ରୌପଦୀ ମୁର୍ମୁ।