ମେଟ୍ରୋ ଟିଭି ଓଡିଶା (୨୧ .୨.୨୦୨୨) :
ଆପଣ ପଛୁଆ ଚାଲିବାକୁ ଚେଷ୍ଟା କରିଛନ୍ତି? ଆଶ୍ଚର୍ଯ୍ୟ ଲାଗିଲେ ବି ବିଶେଷଜ୍ଞମାନେ ଏହାକୁ ଅତି ହିତକର ବ୍ୟାୟାମ ବୋଲି ପ୍ରମାଣିତ କରିଛନ୍ତି । ବୈଜ୍ଞାନିକଙ୍କ କହିବା ମୁତାବକ, ପଛୁଆ ଚାଲିବା ମସ୍ତିଷ୍କ ଓ ହୃତପିଣ୍ଡ ପାଇଁ ବେଶ ଲାଭଦାୟୀ ।

ସେତିକି ନୁହେଁ ଏହା ଆପଣଙ୍କ ମେଟାବୋଲିଜିମକୁ ପ୍ରୋତ୍ସାହିତ କରିବା ସହିତ ଆଗୁଆ ଚାଲିବା ତୁଳନାରେ ଅଧିକ କ୍ୟାଲୋରୀ ଖର୍ଚ୍ଚ କରିବାରେ ସହାୟକ ହୋଇଥାଏ । ଏହାଦ୍ୱାରା ଶରୀରର ମେଦବହୁଳତା ହ୍ରାସ ପାଇଥାଏ । ୧୦୦ ପାଦ ପଛୁଆ ଚାଲିବା ୧୦୦୦ ପାଦ ଆଗକୁ ଚାଲିବା ସହ ସମାନ । ଏହାକୁ ରୋଟ୍ରୋ ୱାକିଂ କୁହାଯାଏ । ପଛୁଆ ଚାଲିବା ଦ୍ୱାରା ଆମ ହୃତପିଣ୍ଡର କାର୍ଯ୍ୟଦକ୍ଷତା ବଢିଥାଏ ଏବଂ ଶରୀରରେ ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ ।

ଫଳରେ ମସ୍ତିଷ୍କ ସହ ମାଂସପେଶୀ ଓ ଅନ୍ୟ ଅଙ୍ଗକୁ ଅଧିକ ପରିମାଣର ଅମ୍ଳଜାନ ସଞ୍ଚାଳନ ହୋଇଥାଏ । ୟୁନିଭର୍ସିଟି ଅଫ୍ ସିନସିନାତି ଗାର୍ଡନର ନ୍ୟୁରୋସାଇନ୍ସ ଇନଷ୍ଟିଚ୍ୟୁଟର ଜଣେ ଗବେଷକ କହିଛନ୍ତି ଯେ, ପଛୁଆ ଚାଲିବା ଅଭ୍ୟାସ କରିବା ଷ୍ଟ୍ରୋକର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ପୁନର୍ବାର ଚାଲିବାରେ ସାହାଯ୍ୟ କରିପାରେ । ପଛୁଆ ଚାଲିବା ଦ୍ୱାରା ହାତଗୋଡର ଭାରସାମ୍ୟ ରକ୍ଷା କରିବାର ଦକ୍ଷତା ବଢିଥାଏ ।