ବିବାହ ବନ୍ଧନରେ ବାନ୍ଧି ହେବେ ରଶ୍ମିକା ବିଜୟ

rashmika-mandana-vijay-debarkonda-to-get-married

ମେଟ୍ରୋ ଟିଭି ଓଡିଶା (୨୧ .୨.୨୦୨୨) :

ବହୁ ଚର୍ଚ୍ଚିତ ସାଉଥର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା । ନିକଟରେ ତାଙ୍କ ଫିଲ୍ମ ପୁଷ୍ପା ରିଲିଜ୍‌ ହେବା ପରେ ସେ ଆହୁରି ଲୋକପ୍ରିୟ ହୋଇ ଯାଇଛନ୍ତି । ହେଲେ ତାଙ୍କର ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ ତାଙ୍କର ଅନ୍ ସ୍କ୍ରିନ୍ ଓ ଅଫ୍ ସ୍କ୍ରିନ୍ ଯୋଡିକୁ ଫ୍ୟାନ୍ସମାନେ ଖୁବ୍‌ ପସନ୍ଦ କରୁଛନ୍ତି। ଦୁହିଁଙ୍କୁ ବର୍ତ୍ତମାନ ବହୁ ଥର ଏକାଠି ଦେଖିବାକୁ ମିଳୁଛି । ନିକଟରେ କିଛି ଦିନ ତଳେ ରଶ୍ମିକା ଓ ବିଜୟଙ୍କୁ ମୁମ୍ବାଇରେ ସ୍ପଟ୍ କରାଯାଇଥିଲା।

ବର୍ତ୍ତମାନ ସୋସିଆଲ୍ ମିଡିଆରେ ସେମାନଙ୍କ ମଧ୍ୟରେ ଲିଙ୍କଅପ୍‌କୁ ନେଇ ଗୁଜବ ଉଠିବାରେ ଲାଗିଛି। ଅନ୍ୟପଟେ ରଶ୍ମିକା ଓ ବିଜୟଙ୍କ ଆଫାୟାର୍ସ ଗୁଜବ ବୋଲି ଶୁଣିବାକୁ ମିଳିଥିଲା । ହେଲେ ଏବେ ସେମାନଙ୍କ ବିବାହକୁ ନେଇ ମଧ୍ୟ ଖବର ଆସିବାରେ ଲାଗିଛି ।

ଶୁଣିବାକୁ ମିଳିଛି କି ଦୁହେଁ ଆସନ୍ତା ବର୍ଷ ବିବାହ କରିବେ। କିନ୍ତୁ ରଶ୍ମିକା ଓ ବିଜୟ ଏହାକୁ ନେଇ ଏପର୍ଯ୍ୟନ୍ତ କିଛି ବି କହି ନାହାନ୍ତି। ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା ଏକାଠି ଦୁଇଟି ସୁପର୍ ହିଟ୍ ଫିଲ୍ମ ଡିୟର୍ କମରେଡ୍ ଓ ଗୀତା ଗୋବିନ୍ଦାରେ ନଜର ଆସିଥିଲେ । ଏହି ଫିଲ୍ମ ଦୁଇଟି ସୁପର୍ ହିଟ୍ ହେବା ପରେ ଫ୍ୟାନ୍ସ ମାନେ ଏହି ଯୋଡ଼ିଙ୍କୁ ଖୁବ୍ ପସନ୍ଦ କରିଥିଲେ ।