ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିିଜୁ ଜନତା ଦଳ । ଦଳର ଅଭିଜ୍ଞ ନେତା ଦେବାଶିଷ ସାମନ୍ତରାୟ ଓ ଯୁବ ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ କରିଛି ଦଳ ।ଓଡିଶାରୁ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଏବଂ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଏହି ୩ଟି ଆସନ ପାଇଁ ନିର୍ବାଚନ ହେବ । ହେଲେ ବିଜେଡି ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ଅନେକ ପ୍ରଶ୍ନ ଠିଆ କରିଛି । ୩ ଜଣ ରାଜ୍ୟସଭା ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ବିଜେଡିକୁ ଦରକାର ୧୧୧ ବିଧାୟକଙ୍କ ସମର୍ଥନ । ହେଲେ ବିଧାନସଭାରେ ଏବେ ବିଜେଡିର କେବଳ ୧୦୮ ବିଧାୟକ ଅଛନ୍ତି । ତେଣୁ ୩ ଜଣ ବିଜେଡି ନେତାଙ୍କୁ ରାଜ୍ୟସଭା ପଠାଇବାକୁ ହେଲେ ବିଜେଡିକୁ ଆହୁରି ୩ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ତେଣୁ ଏହା ପରିବର୍ତ୍ତେ ଦଳ ନିଜର ୨ ପ୍ରାର୍ଥୀଙ୍କ ସହିତ ବିଜେପିର ଜଣେ ପ୍ରାର୍ଥୀଙ୍କୁ ସମର୍ଥନ କରିପାରେ ବୋଲି କୁହାଯାଉଛି । ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପଠାଇବାକୁ ସମର୍ଥନ କରିଥିଲା ବିଜୁ ଜନତା ଦଳ । ତେଣୁ ଏଥର ବି ମଧ୍ୟ ସମାନ ଢଙ୍ଗରେ ବିଜେପିର ଜଣେ ନେତାଙ୍କୁ ସମର୍ଥନ ଦେଇପାରେ ବିଜେଡି । ତେବେ ଏ ସବୁ ମଧ୍ୟରେ, ରାଜ୍ୟସଭା ରେସ୍ ପାଇଁ ଏହି ୩ୟ ପ୍ରାର୍ଥୀ ଜଣକ କିଏ ହେବେ ତାକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି । ତେଣୁ ରାଜ୍ୟସଭା ରେସ୍ ପାଇଁ ୩ୟ ପ୍ରାର୍ଥୀ ଜଣକ କିଏ? ଏବେ ୩ୟ ପ୍ରାର୍ଥୀ ଜଣକ କେଉଁ ଦଳର ହେବେ ତାକୁ ନେଇ ଏବେ ଆରମ୍ଭ ହେଇଛି ଆଲୋଚନା ।
Trending
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
Prev Post
Next Post