ଆଜିଠୁ ରାଜ୍ୟରେ ବଦଳିବ ପାଗ

weather-will-chang

ମେଟ୍ରୋ ଟିଭି ଓଡିଶା (୨୧ .୨.୨୦୨୨) :

ଆଜିଠୁ ରାଜ୍ୟରେ ବଦଳିବ ପାଗ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୨୪ ଘଣ୍ଟାରେ ୨ରୁ ୩ ଡିଗ୍ରୀ ଯାଏ ଖସିବ ରାତିର ତାପମାତ୍ରା । ୨୪ରୁ ଆଉ ଏକ ପଶ୍ଚିମା ଝଡ ପ୍ରଭାବରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅନ୍ୟପଟେ ବାୟୁମଣ୍ଡଳରେ ଏକ ନିମ୍ନ ଚାପ ରେଖା ସୃଷ୍ଚି ହୋଇଛି।

ବିହାରରୁ ପୂର୍ବ ବିଦର୍ଭ ଯାଏ ଲମ୍ବିଥିବା ନିମ୍ନ ଚାପ ରେଖା ପ୍ରଭାବରେ ଉପକୂଳ ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ପଶ୍ଚିମା ଝଡ଼ ସହ ଜଡ଼ିତ ମେଘଖଣ୍ଡ ପଶ୍ଚିମରୁ ପୂର୍ବକୁ ଗତି କରିବା ସହ ଆଭ୍ୟନ୍ତରୀଣରୁ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସୃଷ୍ଟି କରୁଛି ।

901534 – photo of early sunset a cloudy day

ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ବୃଦ୍ଧି ପାଇଛି । ରାଜ୍ୟରେ ଶୀତର ପ୍ରକୋପ ଲୋପ ପାଇଛି। ଆସନ୍ତା ୨୩ ତାରିଖ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ।