ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରେ ଚାଲିଛି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ। ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଦ୍ବିତୀୟ ଦିନରେ ଆଧୁନିକ ଓଡିଶାର ଉତ୍ପତ୍ତି, ଓଡ଼ିଆ ଭାଷା ଓ ମହିଳା ସଶକ୍ତି କରଣ, ଓଡ଼ିଶାର ପ୍ରତ୍ନତତ୍ତ୍ଵ, ଆଧୁନିକ ଭାଷା ସାହିତ୍ୟ, ସାମୁଦ୍ରିକ ଐତିହ୍ୟ ଓ ଓଡ଼ିଶାର ବାଣିଜ୍ୟିକ ସମ୍ପର୍କ, ଓଡ଼ିଶାର ଲୋକନୃତ୍ୟ, ଓଡ଼ିଆ ବ୍ୟାକରଣ ଓ ଭାଷା ବିଜ୍ଞାନ ଓ ଓଡ଼ିଶାର ଭାଷା ବିବିଧତା ଉପରେ ଆଲୋଚନା କରାଯାଉଛି । ବହୁ ବୁଦ୍ଧିଜୀବୀ ଆଲୋଚନାରେ ସାମିଲ ହୋଇଛନ୍ତି। ଛାତ୍ରଛାତ୍ରୀ ମାନେ ମଧ୍ଯ ଏହି ମହୋତ୍ସବରେ ଯୋଗ ଦେଇ ଏହାକୁ ଅଧିକ ପ୍ରାଣବନ୍ତ କରିଛନ୍ତି।ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷା, ଏହାର ଇତିହାସ ସମୃଦ୍ଧ । ଓଡ଼ିଆ ଭାଷାର ପ୍ରସାର ତଥା ଭବିଷ୍ଯତର ଆହ୍ବାନର ସଫଳ ମୁକାବିଲା ପାଇଁ ପାଳନ ହେଉଛି ଭାଷା ଉତ୍ସବ । ରାଜଧାନୀ ଭୁବନେଶ୍ବରେ ଚାଲିଛି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ସମ୍ମିଳନୀର ଦ୍ବିତୀୟ ଦିନରେ ଆଧୁନିକ ଓଡିଶାର ଉତ୍ପତ୍ତି, ଓଡ଼ିଆ ଭାଷା ଓ ମହିଳା ସଶକ୍ତିକରଣ, ଓଡ଼ିଶାର ପ୍ରତ୍ନତତ୍ତ୍ଵ, ଆଧୁନିକ ଭାଷା ସାହିତ୍ୟ, ସାମୁଦ୍ରିକ ଐତିହ୍ୟ ଓ ଓଡ଼ିଶାର ବାଣିଜ୍ୟିକ ସମ୍ପର୍କ, ଓଡ଼ିଶାର ଲୋକନୃତ୍ୟ, ଓଡ଼ିଆ ବ୍ୟାକରଣ ଓ ଭାଷା ବିଜ୍ଞାନ ଓ ଓଡ଼ିଶାର ଭାଷା ବିବିଧତା ଉପରେ ଆଲୋଚନା କରାଯାଇଛି । ଏଥିସହ ପଦ୍ମ ପୁରସ୍କାର ଓ ଅନ୍ଯାନ୍ଯ ମର୍ଯ୍ୟାଦାଜନକ ପୁରସ୍କାରପ୍ରାପ୍ତ ବ୍ଯକ୍ତିବିଶେଷଙ୍କୁ କରାଯାଇଛି ସମ୍ବର୍ଦ୍ଧିତ ।ଅଧିବେଶନର ଆରମ୍ଭରେ ୧୯୩୬ ମସିହାରୁ ଆଧୁନିକ ଓଡ଼ିଶାର ଆବିର୍ଭାବ ଉପରେ ଆଲୋଚନା ହୋଇଥିଲା । ଡକ୍ଟର ନିବେଦିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ କରାଯାଇଥିବା ଆଲୋଚନାରେ ପ୍ରଫେସର ପ୍ରତିଶ ଆଚାର୍ଯ୍ୟ, କୈଳାସ ଚନ୍ଦ୍ର ଦାଶ, ପ୍ରଫେସର ଚଣ୍ଡିପ୍ରସାଦ ନନ୍ଦ ଏବଂ ପ୍ରଫେସର ଅଶୋକ କୁମାର ପଟ୍ଟନାୟକ ବିଭିନ୍ନ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ । ଭାଷାକୁ ସମୃଦ୍ଧ କରିବା ସହ ଆଗକୁ ନେବାକୁ ହେଲେ କ’ଣ ଆବଶ୍ୟକ ସେ ନେଇ ପ୍ରସ୍ତାବ ମଧ୍ଯ ଦିଆଯାଇଛି । ସେହିଭଳି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କକ୍ଷରେ ଓଡ଼ିଶାର ନୌବାଣିଜ୍ୟ ଐତିହ୍ୟ ନେଇ ସରଗରମ ଆଲୋଚନା କରାଯାଇଛି ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା