ସୀତା ସିାଗାରେଟ ଟାଣିବା ପରେ ପୁଣେ ବିଶ୍ୱବିଦ୍ୟାଳୟର ପ୍ରଫେସର ଓ ୫ ଛାତ୍ର ଗିରଫ । ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଷ୍ଟେଜ ଉପରେ ଜଣେ ପୁରୁଷ କଳାକାର ମା’ ସୀତାଙ୍କ ଭୂମିକାରେ ରହିଛନ୍ତି। ସେ ସିଗାରେଟ ଟାଣିବା ସହ ବିଭିନ୍ନ ପ୍ରକାରର ଅସଭ୍ୟ ଭାଷା ପ୍ରୟୋଗ କରୁଛନ୍ତି। ଶୁକ୍ରବାର ଏହି ନାଟକକୁ ବିଶ୍ୱବିଦ୍ୟାଳୟରେ ଆୟୋଜନ କରାଯାଇଥିଲା। ଏଥିରେ ଆପତ୍ତିଜନକ ଦୃଶ୍ୟ ଥିବାରୁ ଏବିଭିପି ପକ୍ଷରୁ ବିରୋଧ କରାଯାଇଥିଲା। ଏହାକୁ ନେଇ ଏବିଭିପି ଓ ପୁଣେ ବିଶ୍ୱବିଦ୍ୟାଳୟର ଲଳିତ କଳା କେନ୍ଦ୍ରର ଶିକ୍ଷାର୍ଥୀଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ମଧ୍ୟ ହୋଇଥିଲା। ଏହା ବିରୋଧରେ ଏବିଭିପି କାର୍ଯ୍ୟକର୍ତ୍ତା ହର୍ଷବର୍ଦ୍ଧନ ହାରପୁଡେ ପୁଲିସରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ୨୯୫ ଏ ଓ ଅନ୍ୟ ଦଫାରେ ମାମଲା କରିଥିଲା। ଲଳିତ କଳା କେନ୍ଦ୍ରର ବିଭାଗୀୟ ମୁଖ୍ୟ ଡ ପ୍ରବୀଣ ଭୋଲେ, ୫ ଜଣ ଛାତ୍ର ଭବେଶ ପାଟିଲ, ଜୟ ପେଦନେକର, ପ୍ରଥମେଶ ସାୱନ୍ତ, ଋଷିକେଶ ଡାଲଭି ଓ ୟଶ ଚିଖଲେଙ୍କୁ ଗିରଫ କରିଛି। ବିଶ୍ୱବିଦ୍ୟାଳୟରେ ‘ରାମଲୀଳା’ ନାଁରେ ଗୋଟିଏ ନାଟକ ପରିବେଷଣ କରାଯାଇଥିଲା। ଏଥିରେ ଅନେକ ଆପତ୍ତିଜନକ ଦୃଶ୍ୟ ଓ ସଂଳାପ ରହିଥିବା ଅଭିଯୋଗ ହୋଇଥିଲା।
Trending
- ନିର୍ବାଚନ ଜିତିଲେ ମୁଁ ମୁଖ୍ୟମନ୍ତ୍ରୀ ହେବି – କେ. ପଲାନିସ୍ୱାମୀ
- ଟୁଇନ ସିଟିରେ କଂଗ୍ରେସ ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ – ପୋଲିସ କମିଶନର
- ରାଜ୍ୟ କ୍ୟାବିନେଟରେ ୧୩ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର
- ସ୍କୁଲକୁ ବୋମା ଧମକ
- ବିଜେଡି ପକ୍ଷରୁ ଲୋକସେବା ଭବନ ଘେରାଉ ଉଦ୍ୟମ , ପୁଲିସ କର୍ମୀ ଧସ୍ତାଧସ୍ତି
- ବିଜେଡ଼ି ପକ୍ଷରୁ ବାଲେଶ୍ବର ବନ୍ଦ ଡ଼ାକରା ,ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବନ୍ଦ
- ଏହା ଆତ୍ମହତ୍ୟା ନୁହେଁ , ଏହା ବିଜେପିର ବ୍ୟବସ୍ଥା ଦ୍ଵାରା ସଂଗଠିତ ହୋଇଥିବା ହତ୍ୟା – ରାହୁଲ ଗାନ୍ଧୀ
- ମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ଲକ୍ଷର ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ଆଜି ପୃଥୀବି ପୃଷ୍ଠକୁ ଫେରିବେ ଶୁଭାଂଶୁ ଶୁକ୍ଳା
- ପୈତୃକ ଗାଁ ପଳାସିଆରେ ପହଞ୍ଚିଲା ମୃତ ସୌମ୍ୟାଶ୍ରୀଙ୍କ ମରଶରୀର
Prev Post
Next Post