ମେଟ୍ରୋ ଟିଭି ଓଡିଶା (୧୯ .୨.୨୦୨୨)
ଲୋକ ପ୍ରିୟ ସମ୍ବାଦିକ ରବିଶ ତିୱାରୀଙ୍କ ପରଲୋକ ହୋଇଛି । ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିିଛନ୍ତି । ମାତ୍ର ୪୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ବେଳେ, କର୍କଟ ରୋଗରେ ସେ ଆକ୍ରାନ୍ତ ଥିଲେ । ୨୦୨୦ରୁ ତାଙ୍କୁ କର୍କଟ ହୋଇଥିବା ନେଇ ଜଣାପଡ଼ିଥିଲା । ପରେ ତାଙ୍କର ଚିକିତ୍ସା ଚାଲିଥିଲା । ହେଲେ ଆଜି ତାଙ୍କର ପରଲୋକ ହୋଇଛି ।

ରବିଶ ତିୱାରୀ ବିଭିନ୍ନ ଜାତୀୟ ଗଣମାଧ୍ୟମରେ କାମ କରିଥିଲେ । ଇଣ୍ଡିଆ ଟୁଡେ, ଇକୋନମିକ ଟାଇମସରେ କାମ କରି ନିଜର ଦକ୍ଷତା ଦେଖାଇଥିଲେ । ଆଇଆଇଟି ବମ୍ବେରୁ ଇଞ୍ଜିନିୟରିଂରେ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିବା ସହ ଅକ୍ସଫୋର୍ଡ଼ ୟୁନିଭର୍ସଟି ମଧ୍ୟ କମ୍ପାଏରଟିଭ୍ ସୋସିଆଲ ସାଇନ୍ସ ବିଷୟରେ ଅଧ୍ୟୟନ କରିଥିଲେ ରବିଶ । ରବିଶ ତାଙ୍କ ସାମ୍ବାଦିକତା ସମୟରେ ବେଶ ସକ୍ରିୟ ଥିଲେ । ରାଜନୈତିକ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ବେଶ ଭଲ ସାମ୍ବାଦିକତା କରୁଥିଲେ । ତାଙ୍କ ଦେହାନ୍ତରେ ସାରା ସାମ୍ବାଦିକ ଜଗତରେ ଶୂନ୍ୟସ୍ଥାନ ପୂରଣ ହୋଇଛି । ରବିଶଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।