ଘୁଙ୍ଗୁଡ଼ି ହେଉଛି କି ! ହୋଇଯାଆନ୍ତୁ ସାବଧାନ ?
ମେଟ୍ରୋ ଟିଭି ଓଡିଶା (୧୯ .୨.୨୦୨୨) : ବିଶିଷ୍ଟ ସଙ୍ଗୀତକାର ବାପି ଲହରୀଙ୍କ ମୃତ୍ୟୁ ପରେ ଅବଷ୍ଟ୍ରକ୍ଟିଭ୍ ସ୍ଲିପ୍ ଅପ୍ନିଆ ବା ନିଦ ସମୟରେ ଶ୍ୱାସକ୍ରିୟା ସମସ୍ୟାଜନିତ ରୋଗକୁ ନେଇ ଚର୍ଚ୍ଚା ବଢ଼ିଛି । କାରଣ ଏହି ରୋଗ ଯୋଗୁଁ ୬୯ ବର୍ଷ ବୟସରେ ବାପି ଲହରୀଙ୍କ ଦେହାନ୍ତ ହୋଇଛି । ତେବେ ସ୍ଲିପ୍ ଅପ୍ନିଆ କ’ଣ ଏବଂ କାହିଁକି ଏହା ମାରାତ୍ମକ ଏହା ଉପରେ ନଜର ପକାଇବା –

ସ୍ଲିପ୍ ଅପ୍ନିଆ
୧- ରାତିରେ ନିଶ୍ୱାସ-ପ୍ରଶ୍ୱାସରେ ସମସ୍ୟା ସୃଷ୍ଟି ହେବା
୨- ଶ୍ୱାସନଳୀ ସଙ୍କୁଚିତ ହୋଇଗଲେ ସମସ୍ୟା ସୃଷ୍ଟି ହୁଏ
୩- ଆବଶ୍ୟକ ପରିମାଣରେ ଅକ୍ସିଜେନ୍ ଯାଇପାରେ ନାହିଁ
୪- ଶ୍ୱାସକ୍ରିୟା ଅଟକିଗଲେ ଶରୀରରେ ଅକ୍ସିଜେନ୍ କମିଯାଏ
୫- ହାର୍ଟଷ୍ଟ୍ରୋକ୍ ଓ ବ୍ରେନ୍ଷ୍ଟ୍ରୋକ୍ ଆଶଙ୍କା ବୃଦ୍ଧିପାଏ
୬- ସାରା ବିଶ୍ୱରେ ୩୦ ପ୍ରତିଶତ ଲୋକ ଏହି ରୋଗରେ ଶିକାର ହୋଇଥାନ୍ତି
୭- ରୋଗର ମୁଖ୍ୟ କାରଣ ଓବେସିଟି ବା ମୋଟାପଣ
୮- ପୁରୁଷଙ୍କ ଠାରେ ଏହି ରୋଗ ଅଧିକ ଦେଖାଯାଏ
୯ – ୫୦ ବର୍ଷରୁ ଉର୍ଦ୍ଧ ଓ ଧୂମପାନ କରୁଥିବା ବ୍ୟକ୍ତି ଅଧିକ ଆକ୍ରାନ୍ତ ହୋଇଥାନ୍ତି

ଶ୍ୱାସନଳୀର ଉପର ଭାଗ ବ୍ଳକ୍ ହେଲେ ଫୁସଫୁସକୁ କମ୍ ପରିମାଣର ଅକ୍ସିଜେନ୍ ବା ଅମ୍ଳଜାନ ଯାଇଥାଏ, ଫଳରେ କାର୍ବନ ଡାଇ-ଅକ୍ସାଇଡ୍ ବା ଅଙ୍ଗାରକାମ୍ଳ ପରିମାଣ ବଢ଼ିଯାଏ । ଏପରିକି ୧୦ରୁ ୧୫ ସେକେଣ୍ଡ ପାଇଁ ହାର୍ଟ ବା ହୃତପିଣ୍ଡ ବନ୍ଦ ହୋଇଯିବା ଆଶଙ୍କା ରହେ । ତେଣୁ ଏହା ଘାତକ ହୋଇଥାଏ । ନଜର ପକାନ୍ତୁ କ’ଣ ସ୍ଲିପ୍ ଅପ୍ନିଆ ରୋଗର ଲକ୍ଷଣ
୧- ଜୋରରେ ଘୁଙ୍ଗୁଡ଼ି ମାରିବା
୨- ରାତିରେ ଶୋଇବା ବେଳେ ବାରମ୍ବାର ନିଦ ଭାଙ୍ଗିବା
୩- ଦିନରେ ଥକା ଲାଗିବା ଓ ଅଧିକ ସମୟ ଶୋଇବା
୪- ସକାଳୁ ନିଦରେ ଉଠିବା ବେଳେ ମୁଣ୍ଡ ବିନ୍ଧିବା
୫- ନିଦରୁ ଉଠିବା ପରେ ନିଶ୍ୱାସ-ପ୍ରଶ୍ୱାସରେ କଷ୍ଟ ହେବା