ଆମେରିକୀୟ ସେନାକୁ ସିରଆ ସୀମାରେ ଆତଙ୍କବାଦୀଙ୍କ ଟାର୍ଗେଟ୍: ୩ ସେନା ମୃତ

ଜୋର୍ଡାନ: ସିରିଆ ସୀମା ଜୋର୍ଡାନ ଅଂଚଳରେ ଥିବା ଆମେରିକୀୟ ସେନା କ୍ୟାମ୍ପକୁ ଟାର୍ଗେଟ୍ କରିଛନ୍ତି ଆତଙ୍କବାଦୀ। ଆତଙ୍କବାଦୀଙ୍କ  ଡ୍ରୋନ୍ ଆକ୍ରମଣରେ ୩ଜଣ ସେନାଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ରୁ ଅଧିକ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି। ସିରିଆ ସୀମା ନିକଟ ଉତ୍ତରପୂର୍ବ ଜୋର୍ଡାନରେ ଏହି ଆକ୍ରମଣ ହୋଇଛି। ଦୀର୍ଘ ଦିନ ପରେ ମଧ୍ୟ ପ୍ରାଚ୍ୟ ଦେଶରେ ଆମେରିକୀୟ ସେନା ମାନଙ୍କୁ ଟାର୍ଗେଟ କରାଯାଇଛି। ସେପଟେ ଏହି ଆକ୍ରମଣ ପାଇଁ ଆମେରିକା ଇରାନକୁ ଦାୟୀ କରିଛି। ଇରାନ୍ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଆକ୍ରମଣ କରିଥିବା ଆମେରିକା କହିଛି। ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ଘଟଣାକୁ ନିନ୍ଦା କରିବା ସହ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଆଗକୁ ଆମେରିକା ସେନା ଆତଙ୍କବାଦୀଙ୍କ ଉପରେ ଡ୍ରାେନ ଆକ୍ରମଣ କରିବ ବୋଲି କୁହାଯାଉଛି ।