ପଞ୍ଜାବର ସମସ୍ତ ୧୩ଟି ଲୋକସଭା ଆସନରେ ଆପ୍ ଏକା ନିର୍ବାଚନ ଲଢ଼ିବ
ଆଗକୁ ଲୋକସଭା ନିର୍ବାଚନରେ କଂଗ୍ରେସ ସହ ଆପ୍ କୌଣସି ମେଣ୍ଟ କରିବନି। ଆମ୍ ଆଦମୀ ନିର୍ବାଚନ ଏକା ଲଢ଼ିବ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେପଟେ ଆମ୍ ଆଦମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ପଞ୍ଜାବରେ ଏକା ନିର୍ବାଚନ ଲଢ଼ିବା ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି। ପଶ୍ଚିମବଙ୍ଗ ପରେ ପଞ୍ଜାମରେ ‘ଇଣ୍ଡିଆ’ ମେଣ୍ଟକୁ ଝଟ୍କା। ପଞ୍ଜାବରେ ଏକା ନିର୍ବାଚନ ଲଢ଼ିବ ଆମ୍ ଆଦମୀ ପାର୍ଟି। ପଞ୍ଜାବର ସମସ୍ତ ୧୩ଟି ଲୋକସଭା ଆସନରେ ଆପ୍ ଏକା ନିର୍ବାଚନ ଲଢ଼ିବ ବୋଲି ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକା ଲଢ଼ିବାକୁ ଘୋଷଣା କରିବାର କିଛି ସମୟ ପରେ ପଞ୍ଜାବ ସରକାର ଏଭଳି ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ଇଣ୍ଡିଆ ମେଣ୍ଟ ଭାଙ୍ଗିବାକୁ ଯାଉଥିବା ନେଇ ଆଶଙ୍କା କରାଯାଇଛି।