ଜଣଙ୍କ ପରେ ଜଣେ କଂଗ୍ରେସ ନେତା ଜଳ ଛାଡି ଚାଲିଯାଉଛନ୍ତି । ଏହାରି କ୍ରମରେ କଂଗ୍ରେସ ସହ ଦୀର୍ଘ ଦିନର ସମ୍ପର୍କ ଛିନ୍ନ କରିଛନ୍ତି ମିଲିନ୍ଦ ଦେଓରା । ସେ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁରଲୀ ଦେଓରାଙ୍କ ପୁଅ । ସେ କହିଛନ୍ତି ଆଜିଠାରୁ କଂଗ୍ରେସ ସହ ତାଙ୍କ ପରିବାରର ଥିବା ୫୫ ବର୍ଷର ସମ୍ପର୍କକୁ ସେ ଛିନ୍ନ କରିବା ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛନ୍ତି । ମୁମ୍ବାଇ ସାଉଥ ଲୋକସଭା ନିର୍ବାଚନ ମଣ୍ଡଳୀରେ ଲଢିବା ଲାଗି ଆଶାୟୀ ଥିଲେ ମିଲିନ୍ଦ । ତେବେ ଏହି ଆସନ ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ ଛାଡିବାକୁ ପ୍ରସ୍ତୁତ ନଥିବାରୁ ସେ ଅସନ୍ତୁଷ୍ଟ ଥିଲେ । ସେ ୨୦୦୪ରୁ ୨୦୦୯ ଏବଂ ୨୦୦୯ରୁ ୨୦୧୪ ଯାଏ ମୁମ୍ବାଇ ସାଉଥ ଆସନରୁ ସାଂସଦ ଥିବା ସହ କେନ୍ଦ୍ରମନ୍ତ୍ରୀ ଥିଲେ । ସେ ସିନ୍ଦେଙ୍କ ଶିବସେନାରେ ସାମିଲ ହେବା ନେଇ ଚର୍ଚା ହେଉଛି ।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Next Post