ବରଗଡ଼: ସୋମବାରଠାରୁ ଆରମ୍ଭ ହେବ ୭୬ ତମ ବିଶ୍ଵ ପ୍ରଶିଦ୍ଧ ଧନୁଯାତ୍ରା । କାଲିଠାରୁ ୧୧ ଦିନ ପର୍ଯ୍ୟନ୍ତ ବରଗଡରେ ଜିଲ୍ଲାପ୍ରଶାସନ ବଦଳରେ ଚାଲିବ ମହାରାଜା କଂସଙ୍କ ରାଜୁତି। ଏନେଇ ସାରା ବରଗଡ଼ ସହର ଚଳଚଂଚଳ ହୋଇଉଠିଥିବା ବେଳେ ମଥୁରା ଠାରୁ ଆରମ୍ଭ କରି ଗୋପପୁର ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଶ୍ଵ ଦରବାରର ଏହି ମହାମଂଚ ପାଇଁ କଳାକାର ମାନେ ନିଜ ନିଜର ଅଭ୍ୟାସ ଶେଷକରିଛନ୍ତି । ବରଗଡ଼ ପାଳଟି ଯିବ ମଥୁରା ନଗରୀ , ଅମ୍ବାପାଲି ପାଲଟିଯିବ ଗୋପପୁର । ଏବଂ ଚିର ପ୍ରବାହିତ ଜୀରାନଦୀ ପାଳଟିଯିବ ଜମୁନା ନଦୀ । ଏହା ସହିତ ବରଗଡ଼ର ଆବାଳ ବୃଦ୍ଧ ବନୀତା ପାଲଟିଯିବେ ଏହି ସର୍ବବୃହତ ମୁକ୍ତାକାଶ ରଂଗମଂଚର ଜଣେ ଜଣେ କଳାକାର । ବରଗଡ ସହରର ବିଭିନ୍ନ ସ୍ଥାନରେ ସିସି ଟିଭି କ୍ୟାମେରା ଲଗାଯାଇ ଚୋର ମାନଙ୍କର ଗତିବିଧି ଉପରେ ଲକ୍ଷ ରଖାଯିବ। ଅନ୍ୟପଟେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆ ଠାରେ ଭିନ୍ନ ଭିନ୍ନ ଧରଣର ଝୁଲା ସହିତ ମୀନା ବଜାର ଓ ବ୍ୟବସାୟୀ ମାନେ ଆସି ପହଞ୍ଚି ସାରିଛନ୍ତି। ପୋଲିସ ପ୍ରଶାସନ ମଧ୍ୟ ଧନୁଯାତ୍ରାକୁ ନେଇ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । କିପରି ଯାତ୍ରା ସମୟରେ ଟ୍ରାଫିକ ସମସ୍ୟା ନହେବ ସେନେଇ ବରଗଡର ବିଭିନ୍ନ ଛକରେ ଟ୍ରାଫିକ ପୋଲିସ ମୃତୟନ କରାଯିବା ସହିତ ବିଭିନ୍ନ ରାସ୍ତାକୁ ଓ୍ବାନ ଓ୍ବେ କରାଯାଇଛି ।
Trending
- ପ୍ରସିଦ୍ଧ ଗଣପର୍ବ ନୂଆଁଖାଇକୁ ନେଇ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା,ବସିଛି ସ୍ୱତନ୍ତ୍ର ତିହାରୀ ହାଟ ହାଟ
- ନନ୍ଦନକାନନରେ ଓରାଙ୍ଗଉଟାନକୁ ଜ୍ୱର,ଜ୍ୱର ହେବା ପରେ ଆଲର୍ଟରେ ଡାକ୍ତରୀ ଟିମ୍
- ଆଜି ବିଘ୍ନହର୍ତ୍ତାଙ୍କ ପୂଜାରେ ଉତ୍ସବମୁଖର ସାରା ଦେଶ,ସ୍କୁଲ-କଲେଜରେ ପୂଜାର ଧୂମ୍
- ଗଣେଶ ପୂଜା ଭସାଣୀ ରେ ବାଜିବନି ଡିଜେ ,ରାତି ୧୦ଟା ଭିତରେ ସରିବ ମେଲୋଡି ଓ କାର୍ଯ୍ୟକ୍ରମ
- ୧୮ତମ ବ୍ରିକ୍ସ ସମ୍ମିଳନୀ ସମାପ୍ତ: ସମସ୍ତ ଦେଶର ସକ୍ରିୟ ଅଂଶଗ୍ରହଣ ଓ ମୂଲ୍ୟବାନ ଅବଦାନ ପାଇଁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
- ଦୁବାଇ ଗସ୍ତରୁ ଓଡ଼ିଶାକୁ ଆସିଛି ବଡ଼ ନିବେଶର ପ୍ରତିଶ୍ରୁତି : ୨ ଲକ୍ଷ ୪୩ ହଜାର କୋଟି ଟଙ୍କାର ବିଶାଳ ନିବେଶ ପ୍ରସ୍ତାବ
- ନୂଆଁଖାଇ: ମାଁ ସମଲେଶ୍ୱରୀଙ୍କ ଠାରେ ସିନ୍ଦୁର ଲାଗି ନୀତି
- ବ୍ରିକ୍ସ ସମ୍ମିଳନୀର ଦ୍ୱିତୀୟ ଦିନ: କୌଣସି ସଙ୍କଟ କେବଳ ଗୋଟିଏ ଅଞ୍ଚଳରେ ସୀମିତ ନାହିଁ,ସ୍ଥିରତା ବୃଦ୍ଧି କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛି ବ୍ରିକ୍ସ
- ମହାପ୍ରଭୁଙ୍କ ରତ୍ନ ଅଳଙ୍କାର କାହିଁକି ସାର୍ବଜନୀନ କରାଯିବ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର
- “ବ୍ରିକ୍ସ ସମ୍ମିଳନୀ”ରେ କୋରାପୁଟର ପ୍ରସିଦ୍ଧ ଆରବିକା କଫି “ଟାଇଗର ବ୍ରାଇଟ୍”,ଚାଷୀ ପରିବାରର ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିବ