ପୁଣି ଫେରିବ ଥଣ୍ଡା: ରାଜ୍ୟକୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ ବଢ଼ିବ
ପୁଣି ଫେରିବ ଥଣ୍ଡା । ରାଜ୍ୟକୁ ଥଣ୍ଡା ଫେରିବାର ସଂଭାବନା ରହିଛି । ବିଶେଷ କରି ଶୁଷ୍କ ବାୟୁ ପ୍ରବାହ ବଢ଼ିବାର ସଂଭାବନା ଥିବାରୁ ଶୀତ ଅନୁଭୂତ ହେବ । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା 24 ଘଣ୍ଟା ପରେ ରାଜ୍ୟକୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ ବଢ଼ିବ । ରାଜ୍ୟର ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଢେଙ୍କନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର ଓ ନବରଙ୍ଗପୁର ଆଦିରେ ଘନ କୁହୁଡ଼ି ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଶୁକ୍ରବାର ପରେ କୁହୁଡ଼ିର ପ୍ରକୋପ କମିବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ ଶୀତର ପ୍ରକୋପ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ପ୍ରାୟ 2-4 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ପରିମାଣ ମଧ୍ୟ ବଢୁଥିବା ପରିଲକ୍ଷିତ ହେଉଛି ।