ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ବେହେରା ଗିରଫ
ଅନୁଗୋଳ :ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ବେହେରା ଗିରଫ । ତାଳଚେର ଆରଟିଓର ଓଏମ୍ଭିଡି (ଓଡ଼ିଶା ମୋଟର ଯାନ ବିଭାଗ) ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ବେହେରାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ତାଙ୍କଠାରୁ ମୋଟ ୨୪ ଲକ୍ଷ ୨୭ ହଜାର ୯୦୦ ଟଙ୍କା ଜବତ କରାଯାଇଛି। ଗତକାଲି ରାତିରେ ଜିତେନ୍ଦ୍ର କୁମାର ବେହେରା ଏକ ସ୍କୋଡା ରାପିଡ୍ କାର୍ରେ ତାଳଚେରରୁ ଅସ୍ତରଙ୍ଗ ଯାଉଥିବା ବେଳେ ଭିଜିଲାନ୍ସର ଏକ ଟିମ୍ ତାଙ୍କୁ ଭୁବନେଶ୍ୱରର ବାଲିଅନ୍ତାର ତ୍ରିନାଥ ବଜାର ନିକଟରେ ଅଟକାଇ ଥିଲା। ଯାଞ୍ଚ ବେଳେ ତାଙ୍କ ଠାରୁ ୧୧ ଲକ୍ଷ ୧୯ ହଜାର ୧୫୦ ଟଙ୍କା ବାହାରିଥିଲା। ଏହି ଟଙ୍କା କେଉଁଠାରୁ ଆଣିଥିଲେ ଓ କାହିଁକି ନେଉଥିଲେ, ସେ ନେଇ କିଛି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ ଜିତେନ୍ଦ୍ର କୁମାର ବେହେରା।