ରାମଲାଲଙ୍କୁ କେମିତି କରିବେ ଦର୍ଶନ
ଅଯୋଧ୍ୟା:ରାମଲାଲଙ୍କୁ କେମିତି ଓ କେତେବେଳେ କରିବେ ଦର୍ଶନ । ଭଗବାନ ରାମଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଅଯୋଧ୍ୟାର କୋଣ କୋଣରେ ଉତ୍ସବର ମାହୋଲ। ଅଯୋଧ୍ୟା ହେଉଛି ପୁରୁଷୋତ୍ତମ ରାମଙ୍କ ଜନ୍ମ ସ୍ଥାନ। ଆଜି ଅଯୋଧ୍ୟାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି। ଜାନୁଆରୀ ୨୨ରେ ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ। ତେବେ ଏହାରି ଭିତରେ ବଡ ପ୍ରଶ୍ନ ଉଠୁଛି ଯେ, କେମିତି ଦର୍ଶନ କରିବେ ପ୍ରଭୁ ରାମଲାଲଙ୍କୁ ? ଆଳତୀ ସମୟ କେତେଟା ରହିଛି ? ମନ୍ଦିରରେ କିପରି ପ୍ରବେଶ କରିବେ ? ଜାଣି ରଖନ୍ତୁ ରାମନ୍ଦିର ସହିତ ଜଡିତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର। ଯାହାଫଳରେ ଯେତେବେଳେ ଆପଣ ଅଯୋଧ୍ୟାକୁ ଯିବେ, ସେତେବେଳେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ।