ଆସନ୍ତା ସାଧାରଣତନ୍ତ୍ର ଦିବସ ପରେଡ଼ରେ ଓଡ଼ିଶାର ମେଢ ଏଥର ସ୍ଥାନ ପାଇବ । ଗତ ତିନି ବର୍ଷ ଓଡ଼ିଶାର ମେଢ଼ ସ୍ଥାନ ପାଇନଥିଲା । ଏଥର ଥିମ ବିଚାରକଙ୍କ ମନକୁ ପାଇଛି । ବିକଶିତ ଭାରତ ଥିମ୍କୁ ନେଇ ଓଡ଼ିଶା ପକ୍ଷରୁ ୪ଟି ଡିଜାଇନ ଦିଆଯାଇଥିଲା। ଏଥିରେ ରଘୁରାଜପୁର ଗ୍ରାମର ଡିଜାଇନକୁ କେନ୍ଦ୍ର ବିଚାରକ ମଣ୍ଡଳି ମୋହର ମାରିଛି। ଏହାସହିତ ସମ୍ବଲପୁରୀ ନୃତ୍ୟକୁ ମଧ୍ୟ ଏଥିରେ ପରିବେଷଣ କରାଯିବ। ରଘୁରାଜପୁରର ଶିଳ୍ପୀମାନେ କିପରି ଅନାବଶ୍ୟକ ସାମଗ୍ରୀରୁ ବିଭିନ୍ନ କଳାକୃତି ପ୍ରସ୍ତୁତ କରି ବିକଶିତ ହୋଇଛନ୍ତି ଏବଂ ରଘୁରାଜପୁରର ଏହି କଳା କିଭଳି ବିକଶିତ ହୋଇ ସାରା ବିଶ୍ବରେ ଆଦୃତ ହୋଇପାରିଛି ତାହା ଏଥିରେ ଦର୍ଶାଯାଇଛି। ଶିଳ୍ପୀ ଗୁରୁ ଗଜେନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହାକୁ ପ୍ରସ୍ତୁତ କରିବେ ଶିଳ୍ପୀ କୀର୍ତ୍ତି କିଶୋର ମହାରଣା। ତେବେ ମେଢର ସମ୍ମୁଖ ଭାଗରେ କନ୍ଦର୍ପ ହାତୀର ପ୍ରତିକୃତି ରହିବା ସହିତ ପଛଭାଗରେ ରଘୁରାଜପୁର ଗାଁରେ କିଭଳି ନାରୀଶକ୍ତି କଳା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ତାହା ସ୍ଥାନ ପାଇବ। ମେଢ ସହିତ ସମ୍ବଲପୁରୀ ନୃତ୍ୟସଙ୍ଗୀତ ରହିବ। ଏଥିପାଇଁ ସମ୍ବଲପୁର ଟ୍ରାଇବାଲ ଆଣ୍ଡ୍ ଫୋକ୍ ଆର୍ଟ ଗ୍ରୁପ ମନୋନୀତ ହୋଇଛି। ଗୁ
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Next Post