ବନ୍ଦ ହେଲା ସିଡ୍‌ନିର ବେଳାଭୂମି

ମେଟ୍ରୋ ଟିଭି ଓଡିଶା ( ୧୭.୨.୨୦୨୨) :

ବନ୍ଦ ହେଲା ସିଡ୍‌ନିର ବେଳାଭୂମି । ପ୍ରାୟ ୬୦ ବର୍ଷ ପରେ ଏହା ହେଉଛି ସହରର ବେଳାଭୂମିରେ ପ୍ରଥମ ସାର୍କ ଆକ୍ରମଣଜନିତ ମୃତ୍ୟୁ ଘଟଣା। ମିଳିଥିବା ସୂଚନା ଅନୁସାରେ , ଗତକାଲି ଅଷ୍ଟ୍ରେଲିଆର ବୃହତ୍ତମ ନଗରର ଦକ୍ଷିଣକୁ ପ୍ରାୟ ୨୦ କିଲୋମିଟର୍‌ ଦୂର ଏବଂ ବଟାନି ବେ’ ପ୍ରବେଶ ପଥ ନିକଟରେ ଅବସ୍ଥିତ ‘ଲିଟ୍‌ଲ୍‌ ବେ ବିଚ୍‌’ ସମୁଦ୍ର ଜଳରାଶିରେ ଗୋଟାଏ ସାର୍କ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରୁଥିବା ଅନ୍‌ଲାଇନ୍‌ରେ ପ୍ରସାରିତ ଭିଡିଓରୁ ଜଣାପଡ଼ିଛି। ପୁଲିସ ସମୁଦ୍ରରେ ପହଁରୁଥିବା ଉକ୍ତ ବ୍ୟକ୍ତିଙ୍କ ପରିଚୟ ପ୍ରକାଶ କରିନାହିଁ।

ସୂଚନାଯୋଗ୍ୟ, ନିକଟରେ ଥିବା ଅନ୍ୟ ଏକ ବେଳାଭୂମିରେ ହଜାର ହଜାର ପହଁରାଳି ଭାଗ ନେଉଥିବା ବାର୍ଷିକ ଦାତବ୍ୟ ସନ୍ତରଣ ଉତ୍ସବ ‘ମୁରେ ରୋଜ୍‌ ମାଲାବାର୍‌ ମେଜିକ୍‌ ଓସେନ୍‌ ସୁଇମ୍‌’ ଆୟୋଜନ ହେବାର କିଛି ଦିନ ଆଗରୁ ଏଭଳି ଦୁଃଖଦ ଘଟଣା ଘଟିଛି। ଆୟୋଜକମାନେ କହିଛନ୍ତି ଯେ, ସେମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଯଦି ସନ୍ତରଣ ଉତ୍ସବ ବାତିଲ୍ କରାଯାଇ ପୁନର୍ବାର ମାର୍ଚ ୬ରେ ଆୟୋଜନ କରାଯିବ। ‘ନିୟୁ ସାଉଥ୍‌ ୱେଲ୍‌ସ୍‌ ଡିପାର୍ଟମେଣ୍ଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଜ୍‌’ର ଜଣେ ମୁଖପାତ୍ର କହିଛନ୍ତି, ସାର୍କ ଜୀବବିଜ୍ଞାନୀମାନଙ୍କର ମନେହୁଏ ସେ ଅନ୍ୟୂନ ୯ ଫୁଟ୍‌ ୮ ଇଞ୍ଚ୍‌ ଲମ୍ବର ଗୋଟାଏ ଧଳା ହାଙ୍ଗର (ସାର୍କ) ଏହି ମାରାତ୍ମକ ଆକ୍ରମଣ ପାଇଁ ଦାୟୀ। ରେକର୍ଡ ଅନୁସାରେ, ୧୯୬୩ ପରେ ଏହା ହେଉଛି ସିଡ୍‌ନିରେ ପ୍ରଥମ ସାର୍କ ଆକ୍ରମଣ।