ବିବାଦ ପରେ ମୁହଁ ଖୋଲିଲେ କାମିଆ ଜାନି
ବିବାଦ ପରେ ରାଜନୀତି ଜୋର ଧରିଲା । ବିଜେଡି, ବିଜେପି, କଂଗ୍ରେସ ଏବେ କାମିଆ ଜାନିଙ୍କ ପ୍ରସଙ୍ଗକୁ ନେଇ ତର୍କ କରୁଛନ୍ତି । ଏହାପରେ ମୁହଁ ଖୋଲିଛନ୍ତି ୟୁଟ୍ୟୁବର କାମିଆ ଜାନି। ବିବାଦ ବଢ଼ିବାକୁ ନେଇ ସେ ସ୍ପଷ୍ଟ କରିଛନ୍ତି ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ସେ ଓଡ଼ିଶା ଆସିଥିଲେ । ତାଙ୍କ କାମ ହେଉଛି ଭାରତର ସଂସ୍କୃତି, ଐତିହ୍ୟକୁ ପ୍ରଚାର କରିବା । ସେ କିଛି ଭୁଲ କରିନାହାଁନ୍ତି । ଏହା ସହ ସେ ଭିଡିଓରେ କହିଛନ୍ତି ‘ମୁଁ କେବେ ଗୋମାଂସ ଖାଇନି କି ପ୍ରମୋଟ୍ କରିନି’ । ମୁଁ ପୁରୀରେ କୌଣସି ନିୟମ ଭଙ୍ଗ କରିନାହିଁ। ମୁଁ ଜଣେ ହିନ୍ଦୁ, ଭାରତୀୟ ସଂସ୍କୃତିର ପ୍ରଚାର କରୁଛି। କଳା ଓ ସଂସ୍କୃତିକୁ ବିଶ୍ବସ୍ତରରେ ପହଞ୍ଚାଇବା ମୋର ଲକ୍ଷ୍ୟ ବୋଲି କହିଛନ୍ତି କାମିଆ। ନୂଆ ଜିନିଷକୁ ବିଶ୍ବସ୍ତରରେ ପହଞ୍ଚାଇବାକୁ ଚେଷ୍ଟା କରୁଛି। ଭାରତୀୟ ସଂସ୍କୃତିକୁ ବିଶ୍ବସ୍ତରରେ ପହଞ୍ଚାଇବାକୁ କାମ କରୁଛି । କେରଳର ଫୁଡ୍ ବ୍ଲଗ୍ ଭିଡିଓ ବ୍ୟବହାର କରାଯାଇଛି। କିନ୍ତୁ, ସେଠାରେ ମୁଁ ଗୋମାଂସ ଖାଇ ନ ଥିଲି, କେବଳ ନିରାମିଷ ବ୍ୟଞ୍ଜନ ଖାଇଥିଲି।