କେନ୍ଦ୍ରାପଡା: କେନ୍ଦ୍ରାପଡ଼ାରେ ଦେଶର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଗ୍ରାମସଭା । ଆର୍ସେଲର ମିତ୍ତଲ ଏବଂ ନିପ୍ପନ ଷ୍ଟିଲ ପାଇଁ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ନିବେଶ ହେବ।ମହାକାଳପଡା ବ୍ଲକର ପ୍ରସ୍ତାବିତ ତିନୋଟି ପଞ୍ଚାୟତ ଅଞ୍ଚଳରେ ଆଜି ଠାରୁ ତିନିଦିନ ଧରି ଚାଲିବ ଜନଶୁଣାଣି କାର୍ଯ୍ୟକ୍ରମ । ପ୍ରଥମ ଦିନରେ ରାମନଗର ପଞ୍ଚାୟତର ଜନଶୁଣାଣି ଶିବିର ଲୁଣି ମାଠିଆ ଖେଳ ପଡିଆରେ ଅନୁଷ୍ଠିତ ହୋଇଛି । ଏହି ଜନଶୁଣାଣିରେ ରାମନମର ପଞ୍ଚାୟତର ରାମନଗର ଓ ବନବିହାରୀପୁର ମୌଜାର ସ୍ଥିତିବାନ ପଟ୍ଟା ଥିବା ବ୍ୟକ୍ତି ମାନେ ଶିବିରରେ ଭାଗନେଇଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ-ରାଜସ୍ବ, ଜିଲ୍ଲା ବନ ଅଧିକାରୀ , ସ୍ଥାନୀୟ ତହସିଲଦାର , ବିଡିଓ ଏବଂ ଆର୍ସେଲର ମିତ୍ତଲ ଓ ନିପ୍ପନ ଷ୍ଟିଲର ଉଚ୍ଚ ପଦାଧିକାରୀ ଯୋଗଦେଇଛନ୍ତି । ଏମାନଙ୍କ ସହିତ ମହାକାଳପଡା ବ୍ଲକ ଅଧ୍ୟକ୍ଷା, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ଯ ଶୁଣାଣି ଶିବିରରେ ଯୋଗ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିତିବାନ ପଟ୍ଟା ଥିବା ବ୍ୟକ୍ତି ମାନଙ୍କ ପାଇଁ ପାଞ୍ଚ ଗୋଟି ଷ୍ଟଲ କରାଯାଇଛି । ଯେଉଁ ଷ୍ଟଲରେ ସେମାନେ ନାମ ରେଜିଷ୍ଟ୍ରେସନ କରିଛନ୍ତି। ସୁବିଧାରେ ସେମାନେ ସେମାନଙ୍କ ଜମିର ଖାତା ନମ୍ବର ଓ ପ୍ଲଟ ଦେଇ ନାମ ରେଜିଷ୍ଟ୍ରେସନ କରିବା ସହିତ ନିଜ ନିଜର ମତ ରଖିଛନ୍ତି ।
Trending
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ