ସଂସଦ ଉପରେ ଆକ୍ରମଣ କରିବାକୁ ଏସ୍‌ଜେଏଫ୍‌ର ଧମକ

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣ କରିବାକୁ ଏସ୍‌ଜେଏଫ୍‌ର ନେତା ଗୁରପତୱନ୍ତ ସିଂହ ପନ୍ନୁ ଏକ ଭିଡିଓ ବାର୍ତ୍ତା ଜାରି କରି ଧମକ ଦେଇଛି। ୨୦୦୧ ମସିହାରେ ଭାରତର ସଂସଦ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ଅବସରରେ ଡିସେମ୍ବର ୧୩ ତାରିଖରେ ଏହା ଉପରେ ଆକ୍ରମଣ କରିବାକୁ ଆମେରିକାର ଖଲିସ୍ତାନୀ ନେତା ଗୁରପତୱନ୍ତ ସିଂହ ପନ୍ନୁ ଏକ ଭିଡିଓ ବାର୍ତ୍ତା ଜାରି କରିଛି। କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ଆମେ ସମସ୍ତ ସତର୍କତାମୂଳକ ପଦକ୍ଷେପ ନେଉଛୁ ଏବଂ ସମଗ୍ର ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୨୦୦୧ ସଂସଦ ଆକ୍ରମଣର ଦୋଷୀ ଆଫଜଲ ଗୁରୁର ଫଟୋ ଥିବା ଏହି ଭିଡିଓରେ ନିଷିଦ୍ଧ ସଂଗଠନ ଶିଖ୍ ଫର୍ ଜଷ୍ଟିସର ମୁଖ୍ୟ ଦାବି କରିଛି ଯେ ନରେନ୍ଦ୍ର ମୋଦୀ ସରକାର ତାକୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ ଏବଂ ଡିସେମ୍ବର ୧୩ରେ ସେ ଏହାର ଜବାବ ଦେବ। ପନ୍ନୁ ଦାବି କରିଛି ଯେ ତା’ର ଏହି ଆକ୍ରମଣ ଭାରତୀୟ ସଂସଦର ମୂଳଦୁଆକୁ ଦୋହଲାଇ ଦେବ।