ଜାଡ ବଢାଇଲା ବାତ୍ୟା ମିଗଜୋମ । ଉପାନ୍ତରୁ ଉପକୂଳ ସବୁଠି କୋହଲା ପାଗ । ରାଜଧାନୀରେ ରେକର୍ଡ କଲା ଚଳିତ ବର୍ଷ ଶୀତ । ସ୍ବାଭାବିକଠାରୁ ୫ ଡିଗ୍ରୀ ଖସିଲା ପାରଦ । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଶୀତୁଆ ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସମୟରେ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ଡିଗ୍ରୀ କମ୍ ରହିବ ।ସେପଟେ ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହୋଇ ଉତ୍ତର-ପୂର୍ବ ଦିଗରେ ଗତି କରୁଛି ବାତ୍ୟା ମିଗଜୋମ୍ । ଏହା ତେଲେଙ୍ଗାନା ଉପକୂଳରେ କେନ୍ଦ୍ରୀଭୁତ ଥିବା ବେଳେ ଆଜି ଲଘୁଚାପ ଭାବରେ ଛତିଶଗଡ ମୁହାଁ ହେବ । ପ୍ରଭାବରେ ଆଜି ବି ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ହାଲୁକାରୁ ମଧ୍ୟମଧରଣ ବର୍ଷା ସହ ଉପକୂଳରେ ପବନ ମଧ୍ୟ ବହିବ । ଟୁଇନ୍ ସିଟି କଟକ ଭୁବନେଶ୍ବରରେ ମାଗ ମେଘୁଆ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବର୍ଷାରେ ବିଭିନ୍ନ ସ୍ଥାନରେ ଫସଲ ନଷ୍ଟ ହୋଇଛି । ଆସନ୍ତାକାଲିଠୁ ପାଗ ବଦଳିବା ପରେ ତୁରନ୍ତ କ୍ଷୟକ୍ଷତିର ସମୀକ୍ଷା କରାଯିବ । ଫିଲ୍ଡ ଭିଜିଟ୍ କରି କ୍ଷୟକ୍ଷତିର ଆକଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆରସି । ୧୨ ତାରିଖ ମଧ୍ୟରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, କୃଷି ଓ ମତ୍ସସଂପଦ ବିଭାଗ ମିଳିତ ଭାବରେ ସ୍ବତନ୍ତ୍ର ଫର୍ମାଟରେ ରିପୋର୍ଟ ପ୍ରଦାନ କରିବା ପାଇଁ କୁହାଯାଇଛି ।
Trending
- ନନ୍ଦନକାନନରେ ଓରାଙ୍ଗଉଟାନକୁ ଜ୍ୱର,ଜ୍ୱର ହେବା ପରେ ଆଲର୍ଟରେ ଡାକ୍ତରୀ ଟିମ୍
- ଆଜି ବିଘ୍ନହର୍ତ୍ତାଙ୍କ ପୂଜାରେ ଉତ୍ସବମୁଖର ସାରା ଦେଶ,ସ୍କୁଲ-କଲେଜରେ ପୂଜାର ଧୂମ୍
- ଗଣେଶ ପୂଜା ଭସାଣୀ ରେ ବାଜିବନି ଡିଜେ ,ରାତି ୧୦ଟା ଭିତରେ ସରିବ ମେଲୋଡି ଓ କାର୍ଯ୍ୟକ୍ରମ
- ୧୮ତମ ବ୍ରିକ୍ସ ସମ୍ମିଳନୀ ସମାପ୍ତ: ସମସ୍ତ ଦେଶର ସକ୍ରିୟ ଅଂଶଗ୍ରହଣ ଓ ମୂଲ୍ୟବାନ ଅବଦାନ ପାଇଁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
- ଦୁବାଇ ଗସ୍ତରୁ ଓଡ଼ିଶାକୁ ଆସିଛି ବଡ଼ ନିବେଶର ପ୍ରତିଶ୍ରୁତି : ୨ ଲକ୍ଷ ୪୩ ହଜାର କୋଟି ଟଙ୍କାର ବିଶାଳ ନିବେଶ ପ୍ରସ୍ତାବ
- ନୂଆଁଖାଇ: ମାଁ ସମଲେଶ୍ୱରୀଙ୍କ ଠାରେ ସିନ୍ଦୁର ଲାଗି ନୀତି
- ବ୍ରିକ୍ସ ସମ୍ମିଳନୀର ଦ୍ୱିତୀୟ ଦିନ: କୌଣସି ସଙ୍କଟ କେବଳ ଗୋଟିଏ ଅଞ୍ଚଳରେ ସୀମିତ ନାହିଁ,ସ୍ଥିରତା ବୃଦ୍ଧି କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛି ବ୍ରିକ୍ସ
- ମହାପ୍ରଭୁଙ୍କ ରତ୍ନ ଅଳଙ୍କାର କାହିଁକି ସାର୍ବଜନୀନ କରାଯିବ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର
- “ବ୍ରିକ୍ସ ସମ୍ମିଳନୀ”ରେ କୋରାପୁଟର ପ୍ରସିଦ୍ଧ ଆରବିକା କଫି “ଟାଇଗର ବ୍ରାଇଟ୍”,ଚାଷୀ ପରିବାରର ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିବ
- ଏହି କାରଣରୁ ବ୍ରିକସ୍ସ ମ୍ମିଳନୀ ମଝିରୁ ନିଜ ଦେଶକୁ ଫେରିଗଲେ ଅବୁଧାବୀ କ୍ରାଉନ ପ୍ରିନ୍ସ
Prev Post
Next Post