ପୁଣି ପରଦାରେ ଆସିବ ଶକ୍ତିମାନ

ପୁଣି ପରଦାରେ ଆସିବ ଶକ୍ତିମାନ
https://www.instagram.com/p/CZ01DRMM1fU/?utm_source=ig_web_copy_link
pic credit-sonypicsfilmsin

ମେଟ୍ରୋ ଟିଭି ଓଡିଶା,୧୨/୨ : ଟେଲି ପରଦାର ଦୂରଦର୍ଶନରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ଶକ୍ତିମାନ’ ସମସ୍ତଙ୍କ ପ୍ରିୟ ପସନ୍ଦ ଶୋ ମନେଥିବ। ୯୦ଦଶକରେ ଘରେ ଘରେ ପରିଚିତ ଥିବା ପ୍ରଥମ ସୁପରହିରୋ ଶକ୍ତିମାନକୁ କିଏ ବା ଭୁଲିପାରେ। ଶକ୍ତିମାନ ଚରିତ୍ରରେ ନଜର ଆସିଥିବା ଅଭିନେତା ମୁକେଶ ଖନ୍ନାଙ୍କୁ କେହି କେହି ଆଜି ବି ଶକ୍ତିମାନ ବୋଲି ଡାକନ୍ତି । ଇତିମଧ୍ୟରେ ଦର୍ଶକଙ୍କ ପାଇଁ ଏବେ ଏକ ଖୁସିଖବର ଆସିଛି। ପୁଣି ଥରେ ବଡ଼ ପରଦାକୁ ଫେରୁଛି ‘ଶକ୍ତିମାନ ।

https://www.instagram.com/tv/CZy49K5DXx5/?utm_source=ig_web_copy_link
source- sonypicsfilmsin ,instagram

ଶକ୍ତିମାନ ଉପରେ ଫିଲ୍ମ ନିର୍ମାଣ କରାଯିବ ବୋଲି ସୋନି ପିକଚର୍ସ ଇଣ୍ଟରନ୍ୟାସନାଲ ପ୍ରଡକ୍ସନ ପକ୍ଷରୁ ଘୋଷଣା କରାଯାଇଛି। ଏହି ଫିଲ୍ମକୁ ୩ଟି ଭାଗରେ ନିର୍ମାଣ କରାଯିବ। ଆକ୍ସନ, ଥ୍ରୀଲର ଓ ସସ୍ପେନ୍ସ ଥିବା ଏହି ଫିଲ୍ମରେ ଶକ୍ତିମାନ ଚରିତ୍ରରେ ଜଣେ ବଲିଉଡ୍ର ସୁପରଷ୍ଟାର ନଜର ଆସିବେ ବୋଲି ଜଣାପଡ଼ିଛି। ନିକଟରେ ଏହି ଫିଲ୍ମର ଏକ ଛୋଟ ଟିଜର ସେୟାର ହୋଇଛି। ତରନ ଆଦର୍ଶ ନିଜର ଅଫିସିଆଲ ଟୁଇଟରରେ ଏହି ଟିଜରକୁ ସେୟାର କରିଛନ୍ତି। ଏହି ଟିଜରକୁ ଦେଖିବା ପରେ ଦର୍ଶକମାନେ ଫିଲ୍ମକୁ ନେଇ ଅପେକ୍ଷା କରିଛନ୍ତି ।