ମମିତା ମେହେର ହତ୍ୟାକାଣ୍ଡ ମାମଲା

ମମିତା ମେହେର ହତ୍ୟାକାଣ୍ଡ ମାମଲା

ମେଟ୍ରୋ ଟିଭି ଓଡିଶା,୧୨/୨ : ବହୁ ଚର୍ଚ୍ଚିତ ମମିତା ମେହର ହତ୍ୟା ଘଟଣାକୁ ନେଇ ରାଜ୍ୟ ରାଜନୀତି ତାତି ଉଠିଥିଲା । ମୁଖ୍ୟ ଅଭୁଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ ଯାଇ କୋର୍ଟ ଚାଲଣ କରାଯାଇଥିଲା । ଆସନ୍ତା ୧୫ ତାରିଖରେ ଗୋବିନ୍ଦ ସାହୁ କୋର୍ଟ ଚାଲାଣକୁ ୧୨୦ ଦିନ ପୁରୁଥିଲା । ଏହି ଘଟଣାରେ ଚାର୍ଜସିଟ ଦାଖଲ କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା । ତେବେ ଆଜି ସେହି ଚାର୍ଜସିଟ୍ ଦାଖଲ କରିଛି ବଲାଙ୍ଗ ପୋଲିସ ।

ଚାର୍ଜସିଟ ଦାଖଲ କଲା ବଲାଙ୍ଗ ପୋଲିସ

linked-https://fb.watch/b79mYqAclb/

ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଏହି ଚାର୍ଜସିଟ ଦାଖଲ ହୋଇଛି । ହଜାରେରୁ ଅଧିକ ପୃଷ୍ଠାର ଏହି ଚାର୍ଜସିଟରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାଙ୍କ ଡ୍ରାଇଭର ରାଧେ ନାଁରେ ରହିଛି । ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲା ଗୋବିନ୍ଦ ସାହୁ । ତା ପୂର୍ବରୁ ଏହି ଚାର୍ଜସିଟ ଦାଖଲ କରିଛି ପୁଲିସ । କଳାହାଣ୍ଡି ମହାଲିଙ୍ଗରେ ଥିବା ସନସାଇନ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ଗତବର୍ଷ ଅକ୍ଟୋବର ୮ ତାରିଖରେ ନିଖୋଜ ହୋଇଯାଇଥିଲେ ।

ଏ ନେଇ ଏତଲା ହେବା ପରେ ପୁଲିସ ଖୋଳତାଡ ଆରମ୍ଭ କରିଥିଲା । ଏହି ଘଟଣାରେ ମହାଲିଙ୍ଗ କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ଗୋବିନ୍ଦ ସାହୁଙ୍କ ନାଁ ସାମ୍ନାକୁ ଆସିଥିଲା । ଗୋବିନ୍ଦ କିଛିଦିନ ଫେରାର ରହି ଗିରଫ ହେବା ପରେ ପୁରା କାହାଣୀ ସାମ୍ନାକୁ ଆସିଥିଲା । ନିଜର କଳା କାରନାମା ଧରାପଡିଯିବା ଭୟରେ ସେ ମମିତାଙ୍କୁ କାର ଭିତରେ ତଂଟି ଚିପି ହତ୍ୟା କରିଥିଲା । ପରେ ପ୍ରମାଣ ନଷ୍ଟ ପାଇଁ ମହାଲିଙ୍ଗ ଷ୍ଟାଡିମୟରେ ପୋଡିକି ପୋତି ଦେଇଥିଲା । ପୁରା ଘଟଣାରେ ଗୋବିନ୍ଦ ସାହୁର ଡ୍ରାଇଭର ରାଧେ ବି ସାମିଲ ଥିଲା ।