ଗୋଟିଏ ପକ୍ଷରେ ଚୀନରେ ନିମୋନିଆକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ବ୍ରିଟେନର ଆଉ ଏକ ଭାଇରସକୁ ନେଇ ଭୟ ବୃଦ୍ଧି ପାଉଛି । ନୂଆ ଭାଇରସର ଏହି ଷ୍ଟ୍ରେନ ଏବେ ବିପଦର ଘଣ୍ଟି ପାଲଟିଯାଇଛି । ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏ ନେଇ ସ୍ପଷ୍ଟ ସୂଚନା ଦେଇଛି । ତେବେ ଏହି ଭାଇରସ ସାଧାରଣତଃ ଘୁଷୁରିମାନଙ୍କ ଦେହରେ ମିଳିଥାଏ । କିନ୍ତୁ ଏବେ ବ୍ରିଟେନରେ ମଣିଷ ଦେହରେ ମଧ୍ୟ ଏହାର ଷ୍ଟ୍ରେନ ଚିହ୍ନଟ କରାଯାଇଛି । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଏବେ ଚିନ୍ତାରେ ପଡ଼ିଯାଇଛି ।ସୂଚନା ଅନୁସାରେ, ବ୍ରିଟେନର ଜଣେ ବ୍ୟକ୍ତି ଅଚାନକ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ନେଇ ମେଡିକାଲରେ ପହଞ୍ଚିଥିଲେ । ତେବେ ତାଙ୍କର ଏଥିପାଇଁ ଟେଷ୍ଟ କରାଯିବାରୁ ଏକ ଅବିଶ୍ୱସନୀୟ ରିପୋର୍ଟ ମିଳିଛି । ତାଙ୍କ ଦେହରେ H1N2 ନାମକ ଏକ ଭାଇରସ ଚିହ୍ନଟ ହୋଇଛି । ସ୍ୱାଇନ ଫ୍ଲୁ ଭାଇରସରେ ଆଂଶିକ ଭାବରେ ସଂକ୍ରମିତ ହୋଇଛନ୍ତି ସମ୍ପୃକ୍ତ ବ୍ୟକ୍ତି । ତେବେ ଏହି ଭାଇରସ କେତେ ଭୟଙ୍କର ହୋଇପାରେ, ସେ ନେଇ କୌଣସି ରିପୋର୍ଟ ମିଳିପାରିନାହିଁ । ତେବେ ସଂକ୍ରମିତ ବ୍ୟକ୍ତିଜଣକ ଘୁଷୁରି ସହ କୌଣସି ପ୍ରକାର ସମ୍ପର୍କରେ ନଥିବା ସତ୍ତେ୍ୱ ସ୍ୱାଇନ ଫ୍ଲୁ ଭୂତାଣୁରେ ଆକ୍ରାନ୍ତ ହେବା ଆଶ୍ଚର୍ଯ୍ୟଜନକ ବିଷୟ ।ସେପଟେ ମହାମାରୀକୁ ନେଇ ବର୍ତ୍ତମାନ କୌଣସି ଟିପ୍ପଣୀ ଦେବା ଉଚିତ ନୁହେଁ ବୋଲି କହିଛନ୍ତି ବ୍ରିଟେନର ସ୍ୱାସ୍ଥ୍ୟ ବିଭାଗ । ତେବେ ସ୍ୱାସ୍ଥ୍ୟ ଅଧିକାରୀ ଲଗାତାର ସଂକ୍ରମଣକୁ ନେଇ ପରୀକ୍ଷା ଜାରି ରଖିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଶୀର୍ଷରେ ପହଞ୍ଚି ପାରି ନାହାନ୍ତି । ତେବେ ଏକ ରିପୋର୍ଟ ଅନୁସାରେ, ଗତ ୨୦ ବର୍ଷ ମଧ୍ୟରେ ସାରା ବିଶ୍ୱରେ ମୋଟ ୫୦ ଜଣଙ୍କ ଦେହରେ ଏହି ସଂକ୍ରମଣ ଚିହ୍ନଟ ହୋଇଛି ।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
Prev Post
Next Post