ଶିକ୍ଷା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ଆରମ୍ଭ କରୁଛନ୍ତି । ତେବେ ଅନେକ ସ୍ଥାନରେ ଦେଖାଯାଇଥାଏ ଯେ ଅର୍ଥ ଅଭାବରୁ ପରିବାରରେ ଝିଅମାନଙ୍କର ଶିକ୍ଷା କଷ୍ଟକର ହୋଇପଡେ । ଉଚ୍ଚ ବିଦ୍ୟାଳୟ ପରେ ଅନେକ ଛାତ୍ରୀ ଅଧାରୁ ପାଠ ଛାଡ଼ିଥାନ୍ତି । କିନ୍ତୁ ବର୍ତ୍ତମାନ ଏଥିରେ ଏକ ପରିବର୍ତ୍ତନ ଦେଖିବାକୁ ମିଳିଛି ।ହରିୟାଣା ସରକାର ପରିବାରର ଆୟ ୧,୮୦,୦୦୦ ରୁ କମ ଥିବା ମହିଳା ଛାତ୍ରମାନଙ୍କୁ କଲେଜରେ ମାଗଣା ଶିକ୍ଷାଦାନ ପାଇଁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏହାର ଘୋଷଣା କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ବାଳିକାମାନଙ୍କ ପାଇଁ ସରକାର କଲେଜ ଶିକ୍ଷା ପାଇଁ ଅଧା ଶୁଳ୍କ ପୈଠ କରିବେ ।ତେବେ ଏହି ନିୟମ ସରକାରୀ ତଥା ବେସରକାରୀ କଲେଜରେ ପଢ଼ୁଥିବା ସମସ୍ତ ଛାତ୍ରୀଙ୍କ ପାଇଁ ପ୍ରଯୁଜ୍ୟ ହେବ ବୋଲି ସରକାର କହିଛନ୍ତି। ‘ଏକ୍ସ’ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆଜି ମୁଁ ହରିୟାଣାର ସେହି ପରିବାରର ଝିଅମାନଙ୍କ ପାଇଁ ମାଗଣା ଶିକ୍ଷା ଘୋଷଣା କରୁଛି ଯାହାର ବାର୍ଷିକ ଆୟ ୧,୮୦,୦୦୦ ଟଙ୍କା ପର୍ୟ୍ୟନ୍ତ ରହିଛି। ଏହି ଘୋଷଣା ସମସ୍ତ ବେସରକାରୀ ଏବଂ ସରକାରୀ କଲେଜ ପାଇଁ ପ୍ରଯୁଜ୍ୟ ହେବ । ସେମାନଙ୍କର ଯାହା ଖର୍ଚ୍ଚ ହେବ ତାହା ସରକାର ବହନ କରିବେ ।
Trending
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
Prev Post
Next Post