ଏବେ ଏକ୍ସରେ ମିଳିବ ଚାକିରୀ

ମସ୍କ ଜାରି କଲେ ନୂଆ ଫିଚର

ଏଲନ ମସ୍କ ଏକ୍ସ ବା ଟ୍ୱିଟରର ଦାୟିତ୍ୱ ଯେବେଠାରୁ ହାତକୁ ନେଲେଣି ସେବେଠାରୁ ସେ ଏଥିରେ ୟୁଜର୍ସଙ୍କ ଲାଗି ବହୁ ନୂଆ ଫିଚର ଆଣିବାରେ ଲାଗିଛନ୍ତି । ପୂର୍ବାପେକ୍ଷା ଏବେ ଟ୍ୱିଟର ବହୁତ ଅପଗ୍ରେଡ୍ ହୋଇସାରିଲାଣି । ଏବେ ଏକ୍ସ କେବଳ ଖବର ଓ ତଥ୍ୟ ସେୟାର କରିବାର ପ୍ଲାଟଫର୍ମ ହୋଇ ରହିନାହିଁ ବରଂ ଲୋକମାନେ ଏଥିରେ ରୋଜଗାର ବି କରୁଛନ୍ତି । ଏଲନ୍ ମସ୍କ ଏବେ ଏକ୍ସ ୟୁଜରଙ୍କ ଲାଗି ଏକ ନୂଆ ଫିଚର ଆଣିଛନ୍ତି ଯାହା ସାହାଯ୍ୟରେ ଆପଣଙ୍କୁ ଚାକିରୀ ପାଇବା ସହଜ ହୋଇଯିବ ।ମସ୍କ ଟ୍ୱିଟରକୁ ଏପରି ଏକ ପ୍ଲାଟଫର୍ମରେ ପରିଣତ କରିବାକୁ ଚାହୁଁଛନ୍ତି ଯେଉଁଥିରେ ସୋସିଆଲ ମିଡିଆ ସହିତ ଅନ୍ୟ ଜରୁରୀ ଅନଲାଇନ୍ କାମ ବି ହୋଇପାରିବ । ଏହି କ୍ରମରେ ସେ ଏକ୍ସରେ ଏକ ନୂଆ ଫିଚର ଯୋଡି ଦେଇଛନ୍ତି । ଏବେ ଆପଣ ଏଥିରେ ବହୁ ସହଜରେ ଚାକିରୀ ବି ଖୋଜିପାରିବେ । ଏଥିପାଇଁ କମ୍ପାନୀ ‘ଜବ୍ ସର୍ଚ୍ଚ’ ନାମକ ଟୁଲ୍ ଜାରି କରିଛି । ଏକ୍ସର ଏହି ଲାଟେଷ୍ଟ ଫିଚର ସେହି ଲୋକମାନଙ୍କ କାମରେ ଆସିବ ଯେଉଁମାନେ ନିଜ କ୍ୟାରିୟରରେ ନୂଆ ଜବ୍‌ର ସନ୍ଧାନରେ ଅଛନ୍ତି । ଏହି ନୂଆ ଟୁଲ୍ ୟୁଜର୍ସଙ୍କୁ ଲାଟେଷ୍ଟ ଜବ୍ ଖୋଜିବାରେ ସହାୟକ ହେବ । କେବଳ ଏତିକି ନୁହେଁ ବଡ ବଡ କମ୍ପାନୀ ସିଧା ଏକ୍ସରୁ ହିଁ କର୍ମଚାରୀ ଚୟନ କରିପାରିବେ ।ଏକ୍ସର ଏହି ଫିଚର ଲିଙ୍କଡ୍ ଇନ୍‌କୁ ବି ଟକ୍କର ଦେବ । ଏବେ ଅଧିକାଂଶ ଲୋକ ଚାକିରୀ ପାଇଁ ଲିଙ୍କଡ୍ ଇନ୍‌କୁ ଯାଇ ସର୍ଚ୍ଚ କରୁଛନ୍ତି ।