ବ୍ୟାଙ୍କିଂ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଆସନ୍ତା ମାସରେ ଖାଲି ଛୁଟି ଆଉ ଛୁଟି । ଡିସେମ୍ବର ମାସରେ ମୋଟ ୧୮ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ । ଏଭଳି ସ୍ଥିତିରେ ବ୍ୟାଙ୍କ ଗ୍ରାହକମାନେ ମଧ୍ୟ ସଚେତନ ହେବାର ଆବଶ୍ୟକତା ରହିଛି ।ସୂଚନା ମୁତାବକ, ବର୍ଷର ଶେଷ ମାସ ଡିସେମ୍ବରରେ ମୋଟ ୧୮ ଦିନ ବ୍ୟାଙ୍କ ବନ୍ଦ ରହିବ । ବ୍ୟାଙ୍କ ହରତାଳ ଛୁଟି କାରଣରୁ ଅନେକ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହୁଥିବାରୁ ଗ୍ରାହକମାନେ ପୂର୍ବରୁ ବ୍ୟାଙ୍କ ସହ ଜଡ଼ିତ ସେମାନଙ୍କର ଜରୁରୀ କାମ ସାରିଦେବା ଭଲ । ଅଲଗା ଅଲଗା ବ୍ୟାଙ୍କ ପକ୍ଷରୁ ଅଲଗା ଅଲଗା ଦିନରେ ହରତାଳ କରାଯାଉଥିବାରୁ ଏହାର ପ୍ରଭାବ ନିଶ୍ଚିତ ଭାବେ ବ୍ୟାଙ୍କ କାରବାରକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ।ଡିସେମ୍ବର ୫ରେ ବ୍ୟାଙ୍କ ଅଫ୍ ବରୋଦା, ୬ରେ କାନାରା ବ୍ୟାଙ୍କ ଓ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ, ୭ରେ ଇଣ୍ଡିଆନ ଓ ୟୁକୋ ବ୍ୟାଙ୍କ, ୮ରେ ୟୁନିୟନ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ୧୧ରେ ସମସ୍ତ ଘରୋଇ ବ୍ୟାଙ୍କ ହରତାଳ ପାଇଁ ବନ୍ଦ ରହିବ । ୧ରେ ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡରେ ରାଜ୍ୟ ସ୍ଥାପନା ଦିବସ, ୩ ତାରିଖ ରବିବାର, ୪ରେ ସେଣ୍ଟ ଫ୍ରାନ୍ସିସ ଜେଭିୟର ଫେଷ୍ଟିଭାଲ, ୯ରେ ମାସର ଦ୍ୱିତୀୟ ଶନିବାର, ୧୦ ତାରିଖ ରବିବାର, ୧୨ରେ ମେଘାଳୟରେ ପା-ତୋଗନ ନେଙ୍ଗମିଞ୍ଜା ସଙ୍ଗମା, ୧୩ ଓ ୧୪ରେ ସିକିମରେ ଲୋସୁଙ୍ଗ / ନାପସୁଙ୍ଗ, ୧୭ ତାରିଖ ରବିବାର, ୧୮ରେ ମେଘାଳୟରେ ୟୁ ସୋସୋ ଥାମର ପୁଣ୍ୟ ତିଥି, ୧୯ରେ ଗୋଆରରେ ମୁକ୍ତି ଦିବସ, ୨୩ ମାସର ଚତୁର୍ଥ ଶନିବାର, ୨୪ ତାରିଖ ରବିବାର, ୨୫ ତାରିଖରେ କ୍ରିସମାସ, ୨୬ରେ ମିଜୋରାମ, ନାଗାଲାଣ୍ଡ ଓ ମେଘାଳୟରେ କ୍ରିସମାସ, ୨୭ରେ ନାଗାଲାଣ୍ଡରେ କ୍ରିସମାସ, ୩୦ରେ ମେଘାଳୟରେ ୟୁ କିୟାଙ୍ଗ ନାଙ୍ଗବାହ, ୩୧ ତାରିଖ ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ ।
Trending
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
Prev Post
Next Post