ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ବାହାରିଲା ଅନେକ ନିଯୁକ୍ତି 

ଦରମା ୧.୪୨ ଲକ୍ଷ

ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ପଦବୀ ପାଇଁ ନିଯୁକ୍ତି ବାହାର କରିଛି । ଯେଉଁ ପ୍ରାର୍ଥୀମାନେ ଆଗ୍ରହୀ ଏବଂ ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ସେମାନେ ଅଫିସିଆଲ୍ ୱେବସାଇଟ୍ hlldghs.cbtexam.in ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ ।ପଞ୍ଜୀକରଣ ପ୍ରକ୍ରିୟା ନଭେମ୍ବର ୧୦ ରେ ଆରମ୍ଭ ହୋଇଥିଲା ଏବଂ ୩୦ ନଭେମ୍ବର ୨୦୨୩ ରେ ଶେଷ ହେବ । ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ ସଂଗଠନରେ ୪୮୭ ଟି ପଦବୀ ପୂରଣ ହେବ ।