ହାର୍ଟ ସର୍ଜରୀ ପରେ ସୁନୀଲ ଗ୍ରୋଭର କଲେ ଟ୍ୱିଟ୍-ଠୋକୋ ତାଲି
ମେଟ୍ରୋ ଟିଭି ଓଡିଶା,୧୧/୨ : କିଛି ଦିନରୁ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭରଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା । ନିକଟରେ ତାଙ୍କର ହାର୍ଟ ସର୍ଜରୀ କରାଯାଇଥିଲା, ଯାହା ପରେ ପ୍ରଶଂସକମାନେ ବହୁତ ଚିନ୍ତିତ ଥିଲେ କିନ୍ତୁ ବର୍ତ୍ତମାନ ସୁନୀଲ ନିଜେ ତାଙ୍କ ଅବସ୍ଥା ବିଷୟରେ ସୂଚନା ଦେଇଛନ୍ତି ଓ ବର୍ତ୍ତମାନ ସେ କିପରି ଅନୁଭବ କରୁଛନ୍ତି ତାହା କହିଛନ୍ତି। ବର୍ତ୍ତମାନ ସୁନୀଲ ଗ୍ରୋଭରଙ୍କୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଛି । ପୁଣି ଥରେ ତାଙ୍କର ଏକ ଟ୍ୱିଟକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।
ସ୍ୱାସ୍ଥ୍ୟ ବିଷୟରେ ଦେଲେ ସୂଚନା
ତାଙ୍କ ସର୍ଜରୀ ପରେ ଫ୍ୟାନ୍ସମାନଙ୍କୁ ସେ କରିଥିବା ଟ୍ୱିଟ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ନିଜ ଟ୍ୱିଟର ପେଜରେ ପ୍ରଶଂସକମାନଙ୍କୁ ମଜାକିଆ ଅନ୍ଦାଜରେ ଏକ ଧନ୍ୟବାଦ ଭରା ମେସେଜ କରିଛନ୍ତି ସୁନିଲ । ଯେଉଁଥିରେ ସେ ସୁସ୍ଥ ଥିବା ପ୍ରକାଶ କରିଛନ୍ତି । ଏଥିସହ ତାଙ୍କର ପ୍ରଶଂସକମାନଙ୍କୁ ସେ ନିଜ ଷ୍ଟାଇଲରେ ଧନ୍ୟବାଦ ଜଣାଇଛନ୍ତି ।
ଅପରେସନ ପରେ ସେ ଏବେ ସୁସ୍ଥ ଥିବା କଥା ଲେଖି ସେ ଏକ ଟ୍ୱିଟ କରିଛନ୍ତି । ‘ଭାଇ ଟ୍ରିଟମେଣ୍ଟ ହୋ ଗୟା, ମେରି ଚଲ ରହି ହୈ ହିଲିଙ୍ଗ. ଆପ ସଭି କୋ ଦୁଆଓଁ କେ ଲିଏ ଗ୍ରାଟିଚ୍ୟୁଟ ବାଲି ଫିଲିଙ୍ଗ ଠୋକୋ ତାଲି’ । ଏମିତି ଲେଖି ସେ ତାଙ୍କ ପ୍ରଶଂକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୁନିଲଙ୍କର ଏହି ଟ୍ୱିଟ ପରେ ସାରା ସୋଶଲ ମିଡିଆରେ ଏହି ପୋଷ୍ଟ ଭାଇରାଲ ହେବାରେ ଲାଗିଛି ।