ମେଟ୍ରୋ ଟିଭି ଓଡିଶା,୧୦/୨ : ଚିଲିକାକୁ ଆସୁଥିବା ବିଦେଶାଗତ ପକ୍ଷୀଙ୍କୁ ରାଜ୍ୟ ଅତିଥି ମାନ୍ୟତା ପ୍ରଦାନ ଓ ମଙ୍ଗଳାଯୋଡିରେ ମୋଟର ବୋଟ ଚଳାଚଳ ବନ୍ଦ ପ୍ରସଙ୍ଗରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୂରଲୀଧର ଓ ଜଷ୍ଟିସ ଆର କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଚିଲିକା ଉନ୍ନୟନ କତ୍ତୃପକ୍ଷ ମୁଖ୍ୟ କାର୍ଯ୍ୟନିର୍ବାହଙ୍କୁ ନେଇ ଆସନ୍ତା ଶୁକ୍ରବାର ଦିନ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହି ମୋଟର ବୋଟ ଚଳାଇବା ପାଈ କିଏ କେବେ ଠାରୁ ଅନୁମତି ଦେଇଛି ସେ ନେଇ ତଥ୍ୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
linked-https://fb.watch/b4Gzm-fYKa/
ମାମଲା ପକ୍ଷଭୁକ୍ତ ଥିବା ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ,ଡିଏଫ ଓ ଚିଲିକା ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି ଅଦାଲତ । ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି । ମଙ୍ଗଳାଯୋଡି ଅଞ୍ଚଳରେ ଏଭଳି ମୋଟର ବୋଟ ଚଳାଇ ମାଛ ଧରା ଯାଏଥିବାରୁ ବୋଟର ଶଦ୍ଦ ଯୋଗୁ ପକ୍ଷୀମାନେ ଫେରି ଯାଉଥିବା ମାମଲାରେ ଦର୍ଶାଯାଇଛି । ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଦିବାକର ବେହେରା ଏ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି ।