ରାଜଧାନୀର କାନ୍ଥ କହୁଛି କଥା

ରାଜଧାନୀର କାନ୍ଥ କହୁଛି କଥା

ମେଟ୍ରୋ ଟିଭି ଓଡିଶା,୧୦/୨ : ସ୍ମାର୍ଟସିଟି ଭାବେ ପରିଚିତ ଭୁବନେଶ୍ୱର । ସବୁ ସ୍ମାଟ୍ ଦେଖାଯିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଛି ବିଭିନ୍ନ ପ୍ରକାରର ଉଦ୍ୟମ । ଏବେ ପାରମ୍ପାରିକ ଓ ଆଧୁନିକ ଚିତ୍ରରେ ସଜେଇ ହୋଇସାରିଛି ଭୁବନେଶ୍ୱର । କାନ୍ଥରେ କରାଯାଇଛି ଭଳିକି ଭଳି ଚିତ୍ରାଅଙ୍କନ । କେଉଁଠି ପରିବେଶ ସୁରକ୍ଷା ପାଇଁ ସଚେତନାତା ବର୍ତା ତ ଆଉ କେଉଁଠି ଓଡିଶାର କଳା ସଂସ୍କୃତିର ଗାଥା, ଆଦିବାସୀମାନଙ୍କ ମୁରୁକି ହସ ଏବଂ ଓଡିଶାର କ୍ରୀଡାବିତଙ୍କ କଥାକୁ ଚିତ୍ରାଅଙ୍କନ ଜରିଆରେ ପ୍ରତିପାଦିତ କରାଯାଇଛି । ସେତେ ଯେମିତି ଲାଗୁଛି, ଚିତ୍ରରେ ରହିଛି ଜୀବନ ।

ପ୍ରଦର୍ଶିତ କରୁଛି ପରମ୍ପରାର ଗାଥା

linked-https://fb.watch/b4F8sT71oQ/

କଳାକାରଙ୍କ ରଙ୍ଗତୂଳିରେ ଝଲକୁଛି ସ୍ମାର୍ଟସିଟିର କାନ୍ଥ । ରଙ୍ଗବେରଙ୍ଗ ଚିତ୍ରକୁ ଯିଏବି କେହି ଦେଖିବ, ଅଧଘଟାଂ ନିଶ୍ଚିତ ଅଟକିଯିବ । ଚିତ୍ରକୁ ଦେଖି ବାଟୋଇମାନେ ଅଟକିଯାଇ ସେଲଫି ନେବାକୁ ବି ପଛାଉ ନାହାନ୍ତି । କାନ୍ଥରେ ରହିଛି, ପକ୍ଷୀମାନଙ୍କ ଭିତରେ ଥିବା ଭଲପାଇବାର ଆଦାନପ୍ରଦାନ । ପ୍ରଥମେ ରାଜଧାନୀର କାନ୍ଥରେ ସ୍ଥାନ ପାଇଥିଲା ଝୋଟି । ପରେ ହକି ବିଶ୍ୱକପ୍ ବେଳେ କଳାକାରଙ୍କ ରଙ୍ଗତୂଳିରେ ଅଙ୍କନ କରଯାଇଥିଲା ଖେଳାଳିଙ୍କ ଚିତ୍ର । ଏବେ ପୁଣିଥରେ ନୂଆ ରୂପରେ ସଜେଇ ହୋଇଛି ରାଜଧାନୀର କାନ୍ଥ । ସରକାରଙ୍କର ଏପରି ନିଷ୍ପତି ,ରାଜଧାନୀକୁ ସୁନ୍ଦର କରିବା ସହ କିଛି କଳାକାରମାନଙ୍କର ଜିବିକାକୁ ଉଜିବିତ କରିଛି ।