ଦି ଗ୍ରେଟ୍ ଖଲି ବିଜେପିରେ

ଦି ଗ୍ରେଟ୍ ଖଲି ବିଜେପିରେ

ମେଟ୍ରୋ ଟିଭି ଓଡିଶା,୧୦/୨ : ବାହୁବଳୀ ଖଲିଙ୍କୁ ଭଲା କିଏ ନଜାଣନ୍ତି? ସେ ଘରେ ଘରେ ପରିଚିତ THE GREAT KHALI ନାଁରେ । WWE ରେ ଭାରତ ପକ୍ଷରୁ ଖେଳି ସାରା ବିଶ୍ୱରେ ନିଜର ଦବ୍ ଦବା ଜାହିର କରିଥାନ୍ତି । ବର୍ତମାନ ସେହି ରେସଲର୍ ଦି ଗ୍ରେଟ୍ ଖଲି ପଦ୍ମ ଧରିଛନ୍ତି । WWE ରେସଲର୍ ଖଲି ଆଜି ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟକୁ ଯାଇ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଭିତରେ ଗ୍ରେଟ୍ ଖଲିଙ୍କ ବିଜେପିରେ ଏଣ୍ଟ୍ରି ନିହାତି ରୂପେ ବିଜେପି ପାଇଁ ଲାଭଦାୟକ ହୋଇପାରେ ବୋଲି ଆଶା କରାଯାଇଛି।


ବିଜେପିରେ ଯୋଗଦେବା ପରେ ଖଲି କହିଛନ୍ତି ଯେ, ବିଜେପିରେ ଯୋଗ ଦେଇ ସେ ନିଜକୁ ଖୁସି ଅନୁଭବ କରୁଛନ୍ତି। କୌଣସି ଏଭଳି ଦେଶ ବାକି ନାହିଁ ଯେଉଁଠାରେ ମୁଁ କୁସ୍ତି କରି ନାହିଁ। ଯଦି ମୁଁ ଟଙ୍କା ରୋଜଗାର କରିବାକୁ ଚାହେଁ, ତେବେ ମୁଁ ଆମେରିକାରେ ରହିଥା’ନ୍ତି। କିନ୍ତୁ ମୁଁ ଭାରତକୁ ଆସିଛି କାରଣ ମୋର ଦେଶ ପ୍ରତି ଅହେତୁକ ଭଲପାଇବା ଅଛି। ମୁଁ ଦେଖିଛି ଯେ ମୋଦିଙ୍କ ରୂପରେ ଦେଶ ଜଣେ ଉପଯୁକ୍ତ ପ୍ରଧାନମନ୍ତ୍ରୀ ପାଇଛି। ଏଥିପାଇଁ ମୁଁ ଭାବିଲି ଦେଶରେ ରହି, ଏକାଠି ହୋଇ ଦେଶକୁ ଆଗକୁ ନେବାରେ ସହଯୋଗ କରିବି।’ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପିର ବିଚାରଧାରା ଦ୍ୱାରା ସେ ପ୍ରଭାବିତ ହୋଇଛନ୍ତି ବୋଲି ଖଲି କହିଛନ୍ତି।