ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଘାଇଲା କରୁଛି କଚ୍ଚା ବାଦାମ
ମେଟ୍ରୋ ଟିଭି ଓଡିଶା,୧୦/୨ : ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା: ଦ ରାଇଜ’ ଗୀତରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ଷ୍ଟାର ଏବଂ କ୍ରିକେଟ ଷ୍ଟାର ରିଲ୍ସ କରିବାରେ ବ୍ୟସ୍ତ ରହିଛନ୍ତି। ସାମୀ, ଶ୍ରୀବଲ୍ଲୀ, ଓଁ ଆଣ୍ଟୋ ଗୀତ ଲୋକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଛି। ଏହା ମଧ୍ୟରେ ଅଲ୍ଲୁ ଅର୍ଜୁନ ଝିଅ ଆରାଙ୍କ କ୍ୟୁଟ ଭିଡିଓ ପୋଷ୍ଟ କରିଛନ୍ତି। କିନ୍ତୁ ଆରା ପୁଷ୍ପା ଫିଲ୍ମ ଗୀତ ନୁହେଁ ବରଂ କଚ୍ଚା ବାଦାମ ଗୀତରେ ଡ୍ୟାନ୍ସ ଷ୍ଟେପ କରୁଥିବା ନଜର ଆସିଛନ୍ତି ।
ଗୀତର ତାଳେ ତାଳେ ଡାନ୍ସ କରୁଛନ୍ତି ଅଲ୍ଲୁ ଅର୍ଜୁନଙ୍କ ଝିଅ
ଅଲ୍ଲୁଙ୍କ ଝିଅ ଆରା ‘କଚ୍ଚା ବାଦାମ’ ଗୀତରେ ଡ୍ୟାନ୍ସ ଷ୍ଟେପ କରୁଥିବା ନଜର ଆସିଛନ୍ତି । ଆଉ ଏହି ଗୀତର ହୁକ୍ ଷ୍ଟେପକୁ ମଧ୍ୟ ଭଲଭାବେ କରୁଛନ୍ତି ଆରା। ଏହାକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ଅଲ୍ଲୁ ଅୁର୍ଜନ। ଏହି ଭିଡିଓକୁ ୨ ମିଲିଅନରୁ ଅଧିକ ଲୋକ ଦେଖିସାରିଲେଣି। ଏହି ଭିଡିଓକୁ ପୋଷ୍ଟ କରି ଅଲ୍ଲୁ ଅୁର୍ଜନ ଲେଖିଛନ୍ତି, ମେରା ଛୋଟା ବାଦାମ ଆରା।
source-instagram,alluarjunonline
ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଅଲ୍ଲୁଙ୍କୁ ୧୬ ଦିନ ପରେ ଘରକୁ ସ୍ୱାଗତ ଜଣାଇ ଝିଅ ଆରା ଫୁଲରେ ୱେଲକମ୍ ନାନା ବୋଲି ଲେଖିଥିଲେ। ବାପାଙ୍କୁ ସ୍ୱାଗତ କରିବା ପାଇଁ ଝିଅ ଆରା ଫୁଲରେ ‘Welcome Nana’’ ବୋଲି ଲେଖିଛନ୍ତି। ଯାହାକୁ ଦେଖିବା ପରେ ଅଲ୍ଲୁ ବେଶ୍ ଖୁସି ହୋଇଯାଇଛନ୍ତି। ଆଉ ଏହାର ଫଟୋ ଇନଷ୍ଟାରେ ସେୟାର କରିଛନ୍ତି। କିଛିଦିନ ତଳେ ଅଲ୍ଲୁ ଦୁବାଇରେ ଏନଜୟ କରୁଥିବାର ଫଟୋ ସେୟାର କରିଥିଲେ। କିନ୍ତୁ ଦୁବାଇ ସେ ଛୁଟିକାଟିବାକୁ କିମ୍ବା ଫିଲ୍ମ ସୁଟିଂ ପାଇଁ ଯାଇଥିଲେ, ତାହା ଜଣାପଡିନାହିଁ। ଯାହା ଇଣ୍ଟରନେଟରେ ଭାଇରଲ ହୋଇଥିଲା।