ମେଟ୍ରୋ ଟିଭି ଓଡିଶା,୯/୨ : ସରିଲା ରଜା ଝିଅ ବାହାଘର । ବର୍ଦ୍ଧମାନ ରାଜକୁମାରଙ୍କ ହାତ ଧରିଲେ ଗଜପତିଙ୍କ ଝିଅ। ରାଜଧାନୀର ଏକ ପ୍ରତିଷ୍ଠିତ ହୋଟେଲରେ ସମ୍ପନ୍ନ ହୋଇଛି ରାଜକୀୟ ବାହାଘର। ରାଜାଘର ପରମ୍ପରା ଅନୁଯାୟୀ ଗଜପତି ଦିବ୍ୟସିଂହ ଦେବଙ୍କ କନିଷ୍ଠ କନ୍ୟା ରାଜକୁମାରୀ ଦେବେଶୀ ବର୍ଦ୍ଧମାନ ରାଜକୁମାରୀ ଦେବେଶୀ ବର୍ଦ୍ଧମାନ ରାଜକୁମାର ଆଦିତ୍ୟଙ୍କ ହାତ ଧରିଛନ୍ତି।
ବର୍ଦ୍ଧମାନ ରାଜାଙ୍କ ନାତି ତଥା ହରିୟାଣା ଗୁରଗାଓଁ ନିବାସୀ ରାଜୀବ କେହେରଙ୍କ ପୁତ୍ର ଆଦିତ୍ୟ । କୋଭିଡ୍ ପାଇଁ ସେତେ ଆଡ଼ମ୍ବର ସହକାରେ ବିବାହ କାର୍ଯ୍ୟ ଆୟୋଜନ କରାଯାଇନଥିଲେ ବି ଗଜପତି ମହାରାଜ ଝିଅ ଦେବେଶୀଙ୍କ ବିବାହ ଉପଲକ୍ଷେ ପୁରୀ ରାଜନଅର ଓ ଭୁବନେଶ୍ବର ମେ’ଫେୟାର ଠାରେ ବିବାହ ଭୋଜି ହୋଇଥିଲା ।
ରାଜନଅରରେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତଙ୍କୁ ଭୋଜନ ପାଇଁ ନିମନ୍ତ୍ରଣ କରାଯାଇଥିଲା। ରାଜନଅରରେ ସମସ୍ତଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଭୋଜିରେ ଓଡ଼ିଆ ଖାଦ୍ୟ ପରଷାଯିବା ସହ ସଙ୍ଗୀତ କାର୍ଯ୍ୟକ୍ରମ କରାଯାଇଥିଲା।