କଟକରେ ଉଦ୍‌ଘାଟନ ହେଲା ଆମ ସାହି ଲାଇବ୍ରେରୀ

କଟକରେ ଉଦ୍‌ଘାଟନ ହେଲା ଆମ ସାହି ଲାଇବ୍ରେରୀ

ମେଟ୍ରୋ ଟିଭି ଓଡିଶା,୯/୨ : କମିଶନରେଟ ପୋଲିସ ପକ୍ଷରୁ କଟକରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଆମ ସାହି ଲାଇବ୍ରେରି । ପୋଲିସ କମିଶନର ଏହି ଉଦ୍‌ଘାଟନୀ ଉତ୍ସବ ରେ ଯୋଗଦେଇ ଏହି ଲାଇବ୍ରେରୀ କୁ ଉଦ୍‌ଘାଟନୀ କରିଥିଲେ।

ପିଲା ମାନଙ୍କ ମଧ୍ୟରେ ପଢିବାର ଆଗ୍ରହ ଓ ଶିକ୍ଷାର ବ୍ୟାପକତା କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏହି ଅଭିନବ ପ୍ରୟାସ ଆରମ୍ଭ ହୋଇଛି। ପ୍ରଥମ କରି ଆଜି କଟକ ରେ ଦୁଇଟି ଲାଇବ୍ରେରୀ ର ଶୁଭାରମ୍ଭ ହୋଇଛି ।

SOURCE-DCP CUTTACK , twitter

ଆଗମୀ ଦିନ ମାନଙ୍କରେ ଏହି ଲାଇବ୍ରେରୀ କୁ ଆହୁରି ବିକଶିତ କରାଯିବ । ଯେପରି ବହି ସଂଖ୍ୟା ବୃଦ୍ଧି, କମ୍ପୁଟର ଲ୍ୟାବ ର ବ୍ୟବସ୍ଥା , ପଢିବା ହଲ କୁ ଆହୁରି ପ୍ରସସ୍ଥ କରିବା ।ଯେହେତୁ କଟକରେ ସାହି ପୂଜା କମିଟି ରହିଛି ତେଣୁ ଆଗମୀ ଦିନରେ ସବୁ ସାହି ରେ ଗୋଟିଏ ଲେଖାଏଁ ଏହି ଲାଇବ୍ରେରୀ ଖୋଲିବାକୁ ଲକ୍ଷ୍ୟ ରଖିଛି କମିଶନରେଟ ପୋଲିସ ।