ପାଞ୍ଚ ବର୍ଷରେ ୧,୦୦,୦୦୦ ପଏଣ୍ଟ ଛୁଇଁପାରେ ସେନସେକ୍ସ

ପାଞ୍ଚ ବର୍ଷରେ ୧,୦୦,୦୦୦ ପଏଣ୍ଟ ଛୁଇଁପାରେ ସେନସେକ୍ସ

ମେଟ୍ରୋ ଟିଭି ଓଡିଶା,୬/୨ : ବମ୍ୱେ ଷ୍ଟକ ଏକ୍ସଚେଞ୍ଜର ୩୦ ୟେସାର ସୂଚକାଙ୍କ ସେନସେକ୍ସ ଆସନ୍ତା ୫ ବର୍ଷରେ ୧,୦୦,୦୦୦ ପଏଣ୍ଟ ସ୍ତର ପାର କାରିପାରେ । ଏହି ଉପଲବ୍ଧି ଭାରତକୁ ପୁଣି ଥରେ ଏସିଆର ସବୁଠାରୁ ବଡ ବଜାର କରିପାରିବ । ଜେଫରିସର ଇକ୍ୱିଟି ଷ୍ଟ୍ରାଟେଜୀର ଗ୍ଲୋବାଲ ହେଡ୍ କ୍ରିଷ୍ଟୋଫର ଉଡ୍ ଏହି ପୂର୍ବାନୁମାନ କରିଛନ୍ତି ।

ଉଡ୍ କହିଛନ୍ତି, ଭାରତର ପ୍ରମୁଖ ଇକ୍ୱିଟି ସୂଚକାଙ୍କ ବିଏସଇ ସୂଚକାଙ୍କ ସେନସେକ୍ସ ୨୦୨୬ କିମ୍ୱା ୨୦୨୭ର ପ୍ରାରମ୍ଭରେ ୧,୦୦,୦୦୦ର ସ୍ତର ପାର କରିପାରେ । ସେ ନିଜର ସାପ୍ତାହିକ ନୋଟ୍ ‘ଗ୍ରୀଡ ଆଣ୍ଡ ଫିୟର’ରେ କହିଛନ୍ତି, ଆସନ୍ତା ୫ ବର୍ଷରେ ସେନସେକ୍ସ ଏହି ଉପଲବ୍ଧି ହାସଲ କରିପାରିବ। ଉଡ୍ କହିଛନ୍ତି, ଆସନ୍ତା ୫ ବର୍ଷରେ ଇପିଏମରେ ୧୫ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିପାରେ ।


pic credit-mint

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ବିଏସଇର ସେନସେକ୍ସ ୫୮,୬୪୪ ସ୍ତରରେ ରହିଛି। ସପ୍ତାହର ଶେଷ ବ୍ୟବସାୟ ଦିନରେ ସେନସେକ୍ସ ୧୪୦ହ୍ରାସ ସହ ବନ୍ଦ ହୋଇଥିଲା । କ୍ରିଷ୍ଟୋଫର ଉଡ୍ କହିଛନ୍ତି, ଆସନ୍ତା ବର୍ଷ ଗୁଡିକରେ ସେନସେକ୍ସ ପ୍ରତିବର୍ଷ ୧୧ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିପାରେ । କେବେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ନିଶ୍ଚିତ ରୁପେ ଭାରତର ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ପକାଇବ।