ନୂଆବର୍ଷରୁ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ପାଇଁ ଲାଗୁହେବ ଡ୍ରେସ୍କୋଡ଼। ଅଶାଳୀନ ପୋଷାକ ପିନ୍ଧି ଆସିଲେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ଚାରୋଟି ଦ୍ୱାରରେ ଡ୍ରେସ୍କୋଡ଼ ଯାଞ୍ଚ କରାଯିବ। ଧାର୍ମିକ ପରମ୍ପରା ଏବଂ ଆଧ୍ୟାତ୍ମିକ ପରିବେଶ ଅକ୍ଷୁଣ୍ଣ ରଖିବା ପାଇଁ ଏଭଳି କଟକଣା ଜାରି କରାଯାଇଥିବା ମୁଖ୍ୟ ପ୍ରଶାସକ ଡ. ରଞ୍ଜନ କୁମାର ଦାସ କହିଛନ୍ତି। ଦାରୁବ୍ରହ୍ମଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ପ୍ରାପ୍ତ ବୟସ୍କ ପୁରୁଷ ଓ ମହିଳାଙ୍କ ପାଇଁ ଏହି କଟକଣା ଜାନୁଆରୀ ୧ରୁ କଡ଼ାକଡ଼ି କାର୍ଯ୍ୟକାରୀ ହେବ। ପୁରୁଷ ବ୍ୟକ୍ତି ଧୋତି, ଗାମୁଛା, ପଞ୍ଜାବୀ, ପ୍ୟାଣ୍ଟ ଓ ସାର୍ଟ ପିନ୍ଧି ଶ୍ରୀମନ୍ଦିରରେ ପ୍ରବେଶ କରିବେ। ମହିଳା ଶାଢ଼ି,ସାଲୱାର ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ୧୨ବର୍ଷରୁ ଊର୍ଦ୍ଧ୍ବ ପୁରୁଷ ବ୍ୟକ୍ତିଙ୍କ ପାଇଁ ହାଫ୍ ପ୍ୟାଣ୍ଟ ଏବଂ ଚିରାଫଟା ଜିନ୍ସ ପୋଷାକ ବାରଣ କରାଯାଇଛି । ମହିଳାମାନେ ଛୋଟ ପୋଷାକ ନପିନ୍ଧିବାକୁ କୁହାଯାଇଛି। ଅଶ୍ଳୀଳ ପୋଷାକ ପିନ୍ଧି ଆସୁଥିବା ବ୍ୟକ୍ତିମାନେ ଶ୍ରୀମନ୍ଦିର ପରିବର୍ତ୍ତେ ବେଳାଭୂମି କିମ୍ବା ପାର୍କ ବୁଲିବାକୁ ଯିବା ଉଚିତ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ପୋଷାକ ଯାଞ୍ଚ ପାଇଁ ପ୍ରତିହାରୀ ସେବକ ଏବଂ ଜେଟିପି କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯିବ। ସିଂହଦ୍ୱାର, ଉତ୍ତରଦ୍ୱାର, ଦକ୍ଷିଣଦ୍ୱାର ଏବଂ ପଶ୍ଚିମଦ୍ୱାର ନିକଟରେ ପୋଷାକ ପରିବର୍ତ୍ତନ ଗୃହ ନିର୍ମାଣ କରାଯିବ। ଆଗ୍ରହୀ ଭକ୍ତମାନେ ସେଠାରେ ପୋଷାକ ପରିବର୍ତ୍ତନ କରିପାରିବେ। ଦକ୍ଷିଣ ଭାରତର ଅଧିକାଂଶ ମନ୍ଦିରରେ ଡ୍ରେସ୍କୋଡ଼ ବ୍ୟବସ୍ଥା ରହିଛି। ଶ୍ରୀମନ୍ଦିରରେ ତାହାକୁ ଲାଗୁ କରିବା ପାଇଁ ରଥଯାତ୍ରା ପରେ କେତେକ ସେବକ ନିଯୋଗ ପରାମର୍ଶ ଦେଇଥିଲେ। ସୋମବାର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସର୍ବସମ୍ମତିକ୍ରମେ ଡ୍ରେସ୍କୋଡ଼ ଲାଗୁ କରାଯାଇଛି। ସବୁ ଧର୍ମରେ ଏଭଳି କିଛି କଟକଣା ରହିଥିବା ଶ୍ରୀ ଦାସ କହିଛନ୍ତି।
Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
Prev Post
Next Post