ଚନ୍ଦନ ଓ ତାଙ୍କ ଝିଅ ବୈତରଣୀ ନଦୀକୁ ଡେଇଁବା ପରେ ପରିବାରରେ ଶୋକର ଛାୟା

ଭଦ୍ରକ: ଵାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗାଁର ଚନ୍ଦନ ସାହୁ ଓ ତାଙ୍କ ଅଢ଼େଇ ବର୍ଷର ଝିଅ ନଦୀକୁ ଡେଁଇବାକୁ ନେଇ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ଫୋନ୍‌ରେ ନିଜ ଭଉଣୀକୁ ନିଜ ଝିଅକୁ ଧରି ନଦୀକୁ ଡେଇଁବାକୁ ଯାଉଛି ବୋଲି କହିଥିବା ଭିଡିଓ ଏବେ  ଭାଇରାଲ  ହେଉଛି। ବୈତରଣୀ ନଦୀର ଆଖୁଆପଦା ବ୍ରିଜରୁ ଡେଇଁ ପଡିଥିବା ବାପ, ଝିଅଙ୍କର ଏଯାଏଁ ପତ୍ତା ମିଳିନି। ସେମାନଙ୍କୁ ଖୋଜା ଖୋଜି ଚାଲିଛି। ଗତକାଲି ଵାଲିପୋଖରୀ ପଂଚାୟତ ପରମାନନ୍ଦପୁର ଗାଁର ଚନ୍ଦନ ସାହୁ ନାମକ ଯୁବକ, ତାଙ୍କ ଅଢେଇ ବର୍ଷର ଝିଅକୁ ଧରି ମୋଟର ସାଇକେଲରେ ପୋଲ ପାଖକୁ ଆସିଥିଲେ। ସେଠାରେ ବାଇକ୍, ମୋବାଇଲ୍ ଓ ଜୋତା ରଖି ଝିଅକୁ ଧରି ହଠାତ୍ ନଦୀକୁ ଡେଇଁ ପଡ଼ିଥିଲେ ।  ୯ଟା ସମୟରେ ଚନ୍ଦନ ଓ ତାଙ୍କ ନାବାଳିକା ଝିଅ ମଟର ସାଇକେଲରେ ଆସି ପୋଲ ଉପରେ ରହିବା ପରେ ଚନ୍ଦନ ତାଙ୍କ ଭଉଣୀଙ୍କ ସହ କଥା ହୋଇଥିଲେ।ସ୍ଥାନୀୟ ଲୋକେ ଏନେଇ ପୁଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ବାପଝିଅଙ୍କୁ ଆଖପାଖରେ  ଖୋଜିଥିଲେ, ହେଲେ ପାଇ ନଥିଲେ। ଚନ୍ଦନ ଓ ତାଙ୍କ ଝିଅ ନଦୀ ଡେଇଁବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ନିଖୋଜ ଚନ୍ଦନ ସୁରତରେ ଚାକିରି କରୁଥିଲେ। ମାସେ ତଳେ ପତ୍ନୀ ଲକ୍ଷ୍ମୀପ୍ରିୟା ସେଠାରେ ଆତ୍ମହତ୍ୟା କରିବା ପରେ ଅଢ଼େଇ ବର୍ଷର ଝିଅକୁ ଧରି ଗାଁକୁ ଚାଲି ଆସିଥିଲେ। ନଦୀକୁ ଡେଇଁବାର କାରଣ ଜଣାପଡିନାହିଁ ।