ଭୁବନେଶ୍ୱର : ବିଧାନସଭାରେ ଗୃହ କାର୍ଯ୍ୟ ଚାଲୁଥିବା ବେଳେ ଦୁଇ ବିଜେପି ବିଧାୟକ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଫୋପାଡିଥିଲେ ଡ଼ାଲି । ପଲିଥିନରେ ଆଣିଥିବା ଡାଲି ଦେଖାଇ ପୋଡିୟମ ଉପରକୁ ଫିଙ୍ଗିଥିଲେ । ଡାଲି ଫିଙ୍ଗିଥିବା ଦୁଇ ବିଧାୟକଙ୍କୁ ନିଲମ୍ବନ କରିବାକୁ ପ୍ରସ୍ତାବ ଆସିଥିଲା । ଆଉ ଏହି ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ଏହିପରି ଆଚରଣକୁ ନେଇ ବିଧାନସଭାରୁ ଦୁଇ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି । ଦୁଇଜଣ ବିଜେପି ବିଧାୟକ ମୋହନ ମାଝୀ ଏବଂ ମୁକେଶ ମହାଲିଙ୍ଗ ନିଲମ୍ବିତ । ଗୃହ କାର୍ଯ୍ୟ ଚାଲୁଥିବା ବେଳେ ଦୁଇ ବିଜେପି ବିଧାୟକ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଡ଼ାଲି ଫୋପାଡ଼ିବା ଘଟଣାକୁ ସବୁ ମହଲରୁ କରାଯାଉଛି ନିନ୍ଦା । ବରିଷ୍ଠ ନେତା ଦେବୀ ପ୍ରଶାଦ ମିଶ୍ର ଏହି ଘଟଣାକୁ ଘୋର ନିନ୍ଦା କରିଛନ୍ତି । ବିଜେପି ବିଧାୟକଙ୍କର ଅଧିକାର ଅଛି କହିବାର କିନ୍ତୁ କିଛି କହିବା ବଦଳରେ ଗୃହକୁ ଅଚଳ କରୁଛନ୍ତି । ଅପରପକ୍ଷେ ଜଣେ ମହିଳା ବାଚସ୍ପତିଙ୍କ ପ୍ରତି ଏଭଳି ଆଚରଣ ଓ ଉଚ୍ଚାରଣ କରିବା ଗ୍ରହଣୀୟ ନୁହେଁ । ଓଡ଼ିଶା ଇତିହାସରେ ଏହା କଳଙ୍କିତ ଦିନ ଭାବରେ ଗଣତି ହେବ କାରଣ ସ୍ୱାଧିନ ଭାରତର ପ୍ରଥମ ମହିଳା ବାଚସ୍ପତିଙ୍କୁ ଏଭଳି ଆଚରଣ ଅଶୋଭନୀୟ ।ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ମହିଳାଙ୍କୁ ସମ୍ମାନ ଜଣାଇ ଅଗ୍ରାଧିକାର ଦେଇ ଭାରତ ବର୍ଷରେ ଚର୍ଚ୍ଚାକୁ ଆସିଛନ୍ତି । ଭାରତ ବର୍ଷରେ ମହିଳା ସଂରକ୍ଷଣ ଦାବିକୁ ବାରମ୍ବାର ଉଠାଇ ସଫଳ ହୋଇଥିବା ବେଳେ ରାଜ୍ୟରେ କିନ୍ତୁ ବିଜେପି ହିନ ରାଜନୀତି ଠାରୁ ଦୁରେଇ ପାରୁନି । ଜଣେ ମହିଳା ବାସସ୍ପତିଙ୍କୁ ଗୃହ ଭିତରେ ଅସମ୍ମାନ କରିବା କେତେଦୁର ଠିକ ରାଜ୍ୟବାସୀ ଏଭଳି ହିନମାନସିକତା ଥିବା ବିଜେପି ବିଧାୟକଙ୍କୁ ପ୍ରଶ୍ନ କରିଛନ୍ତି । ବିଧାନସଭାରେ ନିଜ ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ଉପସ୍ଥାପନ କରି ସମାଧାନ କରିବା ବଦଳରେ ଏଭିଳି ଆଚରଣ ଦେଖାଉଛନ୍ତି ବିଜେପି ବିଧାୟକ । ଏହି ଘଟଣାକୁ ନେଇ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ କହିଛନ୍ତି ପବିତ୍ର ଗୃହରେ ବାଚସ୍ପତି ହେଉଛନ୍ତି ସର୍ବୋଚ୍ଚ କର୍ତ୍ତା ଏବଂ ତାଙ୍କ ନିର୍ଦ୍ଦେଶରେ ସମସ୍ତ କାର୍ଯ୍ୟଚାଲିଥାଏ । ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କୁ ଆଗକୁ ଆଣିବା ପାଇଁ ଲଢେଇ କରି ସଫଳ ହେବା ପରେ ରାଜ୍ୟର ଯେତେ ମହିଲା ମା’ ମାନେ ଅଛନ୍ତି ସମସ୍ତେ କୃତଜ୍ଞନା ଜନାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ।
Trending
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
- STF ର DIG ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଡକ୍ଟର କନୱର ବିଶାଲ ସିଂହ
- ସବୁଠୁ ଅଧିକ ସମୟ ଯାଏ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଭାଙ୍ଗିବେ ନେହରୁଙ୍କ ରେକର୍ଡ
- ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ
- ରାଜ୍ୟ କ୍ୟାବିନେଟ: ଆସିବ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ
- ଦିଲ୍ଲୀ ଗଲେ ନବୀନ
- ଓଡ଼ିଶା ସରକାରଙ୍କ ନୂଆ ନିର୍ଦ୍ଦେଶନାମା ,ଆଜି ଠାରୁ କେବଳ କିଣାହେବ ଇଭି ଯାନ