୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ୯ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିଛନ୍ତି । ଏହି ନୂତନ ବନ୍ଦେ ଭାରତ ଟ୍ରେନ୍ ଗୁଡ଼ିକ ସମଗ୍ର ଦେଶରେ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆଣିବା ଏବଂ ରେଳ ଯାତ୍ରୀ ମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ସଫଳ କରିବା ଦିଗରେ ଏକ ଅନନ୍ୟ ପଦକ୍ଷେପ । ପ୍ରଧାନମନ୍ତ୍ରୀ ପତାକା ପ୍ରଦର୍ଶନ କରିବା ପରେ ଚଳାଚଳ ଆରମ୍ଭ କରିଥିବା ନୂତନ ଟ୍ରେନ୍ ଗୁଡ଼ିକ ହେଉଛି:
୧. ଉଦୟପୁର – ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ୍
୨. ତିରୁନେଲଭେଲି – ମଦୁରାଇ – ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍
୩. ହାଇଦ୍ରାବାଦ – ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ୍
୪. ବିଜୟୱାଡା – ଚେନ୍ନାଇ (ଭାୟା ରେନିଗୁଣ୍ଟା) ବନ୍ଦେ ଭାରତ ଏକ୍ସପ୍ରେସ୍
୫. ପାଟନା – ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍
୬. କାସରଗୋଡ – ତିରୁଅନନ୍ତପୁରମ ବନ୍ଦେ ଭାରତ ଏକ୍ସପ୍ରେସ
୭. ରାଉରକେଲା – ଭୁବନେଶ୍ୱର – ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍
୮. ରାଂଚି – ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍
୯. ଜାମନଗର – ଅହମ୍ମଦାବାଦ ବନ୍ଦେ ଭାରତ ଏକ୍ସପ୍ରେସ୍
ଏହି ଅବସରରେ ପ୍ରଧାନମନ୍ତ୍ରୀ ୯ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିି ଏହା ଦେଶରେ ଆଧୁନିକ ଯୋଗାଯୋଗର ଏକ ଅଭୂତପୂର୍ବ ଅବସର ବୋଲି କହିଥିଲେ ।