ଆଜିର ରାଶିଫଳ

ମେଷ: ଧର୍ମାନୁଷ୍ଠାନକୁ ଯିବା ପାଇଁ ଯୋଜନା କରିବେ। ବ୍ୟବସାୟରେ ଧନଲାଭର ସୁଯୋଗ ପାଇବେ। ଅଫିସରେ ସହକର୍ମୀ ସହଯୋଗ କରିବେ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।

ବୃଷ: ଆଗକୁ ବଢ଼ି ଚାଲିବା ପାଇଁ ଦିନଟି ଭଲ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ସମାଜରେ ଆପଣଙ୍କୁ ଉଚିତ ଆଦର ସମ୍ମାନ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ।

ମିଥୁନ: ନୂଆ କାମ ଆରମ୍ଭ କରିବା ଲାଗି ପ୍ରାଣପଣେ ଲାଗିବେ। ଆପଣଙ୍କ ଜୀବନରେ ଲାଗି ରହିଥିବା ବାଧା ସମାପ୍ତ ହୋଇଯିବ। ବ୍ୟବସାୟ କାମରେ ବଡ଼ ସହରକୁ ଯାଇପାରନ୍ତି।

କର୍କଟ: ସମ୍ମୁଖକୁ ଆସୁଥିବା ସବୁ ଆହ୍ବାନର ଦୃଢ଼ ମୁକାବିଲା କରିବେ। ଧନଲାଭର ନୂଆ ସୁଯୋଗ ପାଇବେ। ପରିବାରରେ ସୁଖଦ ବାତାବରଣ ରହିବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ସିଂହ: ବିବାଦ ଠାରୁ ଦୂରରେ ରୁହନ୍ତୁ। ଠିକ୍ ଭାବେ କାମ କଲେ ସଫଳତା ମିଳିବ। କୌଣସି ବନ୍ଧୁ ଆପଣଙ୍କୁ ଭେଟିବା ଲାଗି ଘରକୁ ଆସିବେ। ଛାତ୍ରଙ୍କ ଲାଗି ଦିନଟି ଭଲ।

କନ୍ୟା: ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ବ୍ୟବସାୟରେ ବକେୟା ଅର୍ଥ ପାଇବେ। ଲାଗି ରହିଥିବା ବିବାହ ସମସ୍ୟାର ସମାଧାନ ବାହାରିବ। ଇଂଜିନିଅରିଂ ଛାତ୍ରଙ୍କ ଲାଗି ଦିନଟି ଭଲ।

ତୁଳା: ଏକାଗ୍ରଚିତ୍ତରେ କରୁଥିବା କାମର ଭଲ ପରିଣାମ ପାଇବେ। ଯେଉଁ କାମରେ ଆପଣ ସଂପୃକ୍ତ ନାହାନ୍ତି ସେଥିରେ ମୁଣ୍ଡ ପୂରାନ୍ତୁ ନାହିଁ। ପ୍ରେମୀ ଯୁଗଳଙ୍କ ଲାଗି ଭଲ ଦିନଟିଏ।

ବିଛା: ଅନ୍ୟମାନଙ୍କ କାମରେ ନିଜର ମତ ବ୍ୟକ୍ତ କରନ୍ତୁ ନାହିଁ। ଚାକିରିଆଙ୍କ ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିବ। ଧାର ନେବା ଓ ଦେବାରୁ ନିବୃତ୍ତ ରୁହନ୍ତୁ। ଦାମ୍ପତ୍ୟ ପ୍ରେମ ବଢ଼ିବ।

ଧନୁ: ନିଜ ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ। କୌଣସି ସମ୍ମାନିତ ବ୍ୟକ୍ତିଙ୍କ ସହିତ ମିଶି ପାରନ୍ତି। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ମକର: ନିଜର କାମ ଭଲଭାବେ କରିବା ପାଇଁ ଦିନଟି ଶୁଭ। ଆପଣଙ୍କ ପାଖ ଲୋକ ଭଲ ପରାମର୍ଶ ଦେବେ। ନବବିବାହିତ ବ୍ୟକ୍ତି ଜୀବନସାଥୀଙ୍କ ସହ ଭଲ ସମୟ କାଟିବେ।

କୁମ୍ଭ: ଅଫିସରେ ଆପଣଙ୍କ କାମରେ ଖୁସି ହୋଇ କର୍ତ୍ତୃପକ୍ଷ ଉପହାର ଦେବେ। ଲେଖକ ଓ ସାହିତ୍ୟିକଙ୍କ ଲାଗି ଦିନଟି ଭଲ। ବୈବାହିକ ଜୀବନ ଖୁସିରେ ପୂର୍ଣ୍ଣ ରହିବ।

ମୀନ: ମନରେ ନୂଆ ନୂଆ ବିଚାର ଆସିବ। ଫିଲ୍ମ ଉଦ୍ୟୋଗରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ଖୁସିର ଆଗମନ ହେବ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।