`ସ୍କିଲ୍ ଇଣ୍ଡିଆ ଡିଜିଟାଲ୍’ର ଶୁଭାରମ୍ଭ
ନୂଆଦିଲ୍ଲୀ : ଭାରତର ଦକ୍ଷତା ବିକାଶ ମଡେଲକୁ ବିଶ୍ୱ ଅନୁକରଣ କରୁଛି ବୋଲି ନୂଆଦିଲ୍ଲୀ ସ୍ଥିତ କୌଶଳ ଭବନରେ ସ୍କିଲ୍ ଇଣ୍ଡିଆ ଡିଜିଟାଲ୍’ ପ୍ଲାଟଫର୍ମର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି (www.skillindiadigital.gov.in) ପ୍ଲାଟଫର୍ମକୁ ଶୁଭାରମ୍ଭ କରି ଶ୍ରୀ ପ୍ରଧାନ କହିଛନ୍ତି, ନିକଟରେ ସମାପ୍ତ ହୋଇଥିବା ଜି ୨୦ ବୈଠକରେ ୧୦ଟି ପ୍ରମୁଖ ପ୍ରସଙ୍ଗରେ ଆଲୋଚନା ହୋଇଥିଲା, ସେଥିମଧ୍ୟରୁ ବିଶ୍ୱ ସ୍କିଲ ଗ୍ୟାପ ଆନାଲିସିସ ଓ ଭାରତର ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟର୍କଚର ଉପରେ ଗୁରୁତ୍ୱ ଦେଆଯାଇଥିଲା । ଏହି ରାଷ୍ଟ୍ରସମୂହ ଭାରତର ଡିଜିଟାଲ ପଦକ୍ଷେପକୁ ପ୍ରଶଂସା କରିବା ସହ ଭାରତର ମଡେଲ ପ୍ରତି ବିଶ୍ୱ ଅନେକ ଆଶା ରଖିଛି । ଭାରତର ୟୁପିଆଇ, ଭିମ ଆପ, ଡିଜି ଲକର, ୱାନ ନେସନ ୱାନ କାର୍ଡ, ରାସନ କାର୍ଡ ପୋର୍ଟାବିଲିଟି, ଡ଼ିବିଟି, ଏକାଡେମିକ ବ୍ୟାଙ୍କ ଅଫ କ୍ରେଡିଟକୁ ଲୋକମାନେ ଭଲରେ ବୁଝିପାରିଛନ୍ତି । ଭାରତର ସ୍କିଲ ଇଣ୍ଡିଆ ଏକ ବ୍ରାଣ୍ଡ ହେବା ସହ ଜନଆନ୍ଦୋଳନ ହୋଇପାରିଛି ଓ ଶିଳ୍ପ ବିପ୍ଳବ ୪.୦ରେ ବିଶ୍ୱ ଭାରତର ଡିଜିଟାଲ ସ୍ପେସକୁ ଆଦୃତ କରିଛି ।