ବିଦ୍ୟୁତ ଆଘାତରେ ଦୁଇ ହାତୀ ମୃତ
ଅନୁଗୁଳ: ସାତକୋଶଆ ଅଭୟାରଣ୍ୟରେ ବିଦ୍ୟୁତ ଆଘାତରେ ଦୁଇ ହାତୀଙ୍କ ଗଳିତ ମୃତଦେହ ଆଜି ବନ ବିଭାଗ ଠାବ କରିଛି। ସେଥି ମଧ୍ୟରେ ଗୋଟିଏ ଦନ୍ତା ହାତୀ ଥିବାବେଳେ ଅନ୍ୟଟି ମାଈ ହାତୀ। ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ଅନ୍ତର୍ଗତ ଟାଇଁସି ସଂରକ୍ଷିତ ଜଙ୍ଗଲ କଂପାର୍ଟମେଣ୍ଟ ୯ରେ ରାସ୍ତା ପାର୍ଶ୍ଵରେ ଦୁଇଟି ହାତୀ ମରିପଡ଼ିଥିବା ଆଜି ଗାଈ ଜଗୁଆଳିମାନେ ଦେଖିଥିଲେ।ପରେ ଖବର ପାଇ ବନ ବିଭାଗର ଅଧିକାରୀମାନେ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ତେବେ ହାତୀ ମରି ପଡ଼ିଥିବା ସ୍ଥାନରେ ୧୧କେଭି ବିଦ୍ୟୁତ ତାର ଯାଇଥିବା ବେଳେ ସେଠାରୁ ବନ ବିଭାଗ ତାର ମଧ୍ୟ ଜବତ କରିଛି। ତେବେ ମଧ୍ୟରେ ଦନ୍ତାହାତୀର ବୟସ ୧୫ବର୍ଷ ଓ ମାଈ ହାତୀର ବୟସ ୫ବର୍ଷ