ନୀରଜଙ୍କୁ ବିଶ୍ବ ସ୍ବର୍ଣ୍ଣ: ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ବୁଦାପେଷ୍ଟ: ବିଶ୍ବ ଦୌଡ଼କୁଦର ଦୀର୍ଘ ୪୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛି।  ନୀରଜ ଚୋପ୍ରା ଏହି ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ଏହାଫଳରେ ସମସ୍ତ ପ୍ରମୁଖ ବିଶ୍ବସ୍ତରୀୟ ପ୍ରତିଯୋଗିତାରେ (ଅଲିମ୍ପିକ, ରାଜ୍ୟଗୋଷ୍ଠୀ, ଏସୀୟ କ୍ରୀଡ଼ା) ସ୍ବର୍ଣ୍ଣ ପଦକ କବ୍‌ଜା କରିବାରେ ସେ ପ୍ରଥମ ଭାରତୀୟ ହୋଇପାରିଛନ୍ତି। ନୀରଜଙ୍କ ଏହି ଐତିହାସିକ ସଫଳତାରେ ଦେଶ ଉତ୍ସବମୁଖର ହୋଇଯାଇଛି। ତାଙ୍କୁ କ୍ରୀଡ଼ାପ୍ରେମୀଙ୍କ ସହ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିମାନେ ଅଭିନନ୍ଦନ ଜଣାଇଛନ୍ତି।  ପାକିସ୍ତାନର ଅର୍ଶଦ ନଦୀମ  ଶ୍ରେଷ୍ଠ ପ୍ରଦର୍ଶନ ସହ ୮୭.୮୨ ମିଟରରେ ରୌପ୍ୟ ଏବଂ ଚେକ୍‌ ରିପବ୍ଲିକ୍‌ର ଜାକବ ଭାଦଲେଜକ ୮୬.୬୭ ମିଟର ସହ କାଂସ୍ୟ ପଦକ ଜିତିଛନ୍ତି।  ଓଡ଼ିଆ ଜାଭଲିନ୍‌ ଥ୍ରୋୟର କିଶୋର କୁମାର ଜେନା  ଦମ୍‌ଦାର ପ୍ରଦର୍ଶନ ସହ ପଞ୍ଚମ ପ୍ରୟାସରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ (୮୪.୭୭ ମିଟର) ଦେଇ କିଶୋର ପଞ୍ଚମ ସ୍ଥାନରେ ରହିଥିଲା ବେଳେ ଡିପି ମନୁ ୮୪.୧୪ ମିଟରରେ ତାଙ୍କ ତଳକୁ ରହିଛନ୍ତି ।

YouTube player