ଚନ୍ଦ୍ରକୁ ଲୁନା-୨୫ ଉତ୍କ୍ଷେପଣ କଲା ରୁଷ୍
ମସ୍କୋ: ଋଷ ପୁଣି ଚନ୍ଦ୍ରକୁ ତାର ମହାକାଶ ଯାନ ଜୟଯାତ୍ରା ଆରମ୍ଭ କରିଛି । କିଛି ଦଶନ୍ଧି ନିରବ ରହିବା ପରେ ପୁଣି ଚନ୍ଦ୍ର ମିଶନ ଆରମ୍ଭ କରିଛି ଋଷ । ଚନ୍ଦ୍ରପୃଷ୍ଠକୁ ଦୀର୍ଘ ୪୭ ବର୍ଷ ପରେ ରୁଷ୍ ପୁଣି ମହାକାଶ ଯାନ ପ୍ରେରଣ କରିଛି। ଭୋଷ୍ଟୋଚିନି କସମୋଡ୍ରମରୁ ମହାକାଶ ଯାନ ସୋୟୁଜ ୨.୧ ଭି ରକେଟ ଜରିଆରେ ଲୁନା-୨୫କୁ ପଠାଯାଇଛି।ଏହି ଯାନରେ ପଠାଯାଇଥିବା ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅଗଷ୍ଟ ୨୧ ତାରିଖରେ ଅବତରଣ କରିବ ବୋଲି ରୁଷ ମହକାଶ ମୁଖ୍ୟ ୟୁରି ବୋରିସୋଭ କହିଛନ୍ତି। ରୁଷ୍ର ମହକାଶ ଗବେଷଣା ସଂସ୍ଥା ରସକସମସ ପୂର୍ବରୁ ଉକ୍ତ ଯାନ ଆସନ୍ତା ୨୩ ତାରିଖରେ ଅବତରଣ କରିବ ବୋଲି ପୂର୍ବାନୁମାନ କରିଥିଲା। ଲୁନା-୨୫ର ଆକାର ଏକ ଛୋଟ କାର ଭଳି। ଚନ୍ଦ୍ରର ଦକ୍ଷିଣ ମେରୁରେ ଏହା ପ୍ରାୟ ବର୍ଷେ ପର୍ଯ୍ୟନ୍ତ ସକ୍ରିୟ ରହି କାର୍ଯ୍ୟ କରିବ। ଯଦି ଲୁନା-୨୫ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ କରିବାରେ ସଫଳ ହୁଏ ତାହେଲେ ଏଭଳି ବିରଳ ସଫଳତା ହାସଲ କରିବାରେ ଏହା ବିଶ୍ବର ପ୍ରଥମ ଦେଶ ହେବ। ଭାରତ ଚନ୍ଦ୍ରକୁ ଚନ୍ଦ୍ରଯାନ-୩ ଉତ୍କ୍ଷେପଣ କରିସାରିଛି। ଆସନ୍ତା ୨୩ ତାରିଖରେ ଭାରତର ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ କରିବ ବୋଲି ପୂର୍ବାନୁମାନ କରାଯାଇଛି। କିନ୍ତୁ ରୁଷ୍ର ଚନ୍ଦ୍ରଯାନ ଏହାର ଦୁଇ ଦିନ ପୂର୍ବରୁ ଅର୍ଥାତ ଆସନ୍ତା ୨୧ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ଲକ୍ଷ୍ୟ ରଖିଛି।