ବାରଣାସୀ : ଜ୍ଞାନବାପୀ ମସଜିଦରେ ସର୍ଭେ କାର୍ଯ୍ୟ ଜାରି ରହିଛି। ସର୍ଭେର ଭିଡିଓ ରେକର୍ଡ କରାଯାଇଛି। ଏଥିରେ ତ୍ରୀଶୁଳ, ସ୍ବସ୍ତିକ , ଫୁଲ ପରି ଚିହ୍ନ ସବୁ ଦେଖିବାକୁ ମିଳିଛି। ମସଜିଦ କାନ୍ଥ ଏବଂ ପିଲାର୍ରେ ଏସବୁ ଚିହ୍ନ ଦେଖିବାକୁ ମିଳିଛି। ପ୍ରଥମ ଦିନରେ ୭ ଘଣ୍ଟା ସର୍ଭେ ହୋଇଥିଲା। ଏଏସ୍ଆଇ ଟିମ୍ରେ ୩୭ ସଦସ୍ୟ ରହିଛନ୍ତି। ଆଇଆଇଟି ଏକ୍ସପର୍ଟ ଟିମ୍କୁ ମିଶାଇଲେ ମୋଟ୍ ୪୧ ଜଣ ସଦସ୍ୟ ସର୍ଭେ ପାଇଁ ୪ଟି ଟିମ୍ରେ ବିଭକ୍ତ ହୋଇଛନ୍ତି। ତେବେ ସର୍ଭେ କାର୍ଯ୍ୟ ଶେଷ କରିବାପାଇଁ ବାରଣାସୀ ଜିଲ୍ଲା କୋର୍ଟ ଏଏସ୍ଆଇକୁ ୪ ସପ୍ତାହ ସମୟ ଦେଇଛନ୍ତି। ସେପ୍ଟେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସରକାରଙ୍କ ପକ୍ଷରୁ ଓକିଲ ଅମିତ ଶ୍ରୀବାସ୍ତବ ଏଏସ୍ଆଇ ପାଇଁ କୋର୍ଟରେ ସମୟ ମାଗିଥିଲେ। କୋର୍ଟ ଏଏସ୍ଆଇକୁ ୪ ସପ୍ତାହ ସମୟ ଦେଇଛନ୍ତି ଏବଂ ସେପ୍ଟେମ୍ବର ୨ ତାରିଖରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। କଡା ସୁରକ୍ଷା ବ୍ୟବସ୍ଥାରେ ଚାଲିଛି ଜ୍ଞାନବାପୀ ସର୍ଭେ ।
Trending
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
Prev Post