ଭୁବନେଶ୍ବର: ଦିଲ୍ଲୀ ସେବା ବିଲକୁ ବିଜେଡିର ସମର୍ଥନ । ପାର୍ଲାମେଣ୍ଟରେ ନିଜର ଆଭିମୁଖ୍ୟକୁ ସ୍ପଷ୍ଟ କଲା ବିଜେଡି । ଆଜି ପୁରୀ ସାଂସଦ ପିନାକି ମିଶ୍ର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି । ଓ୍ବାଇଏସଆର କଂଗ୍ରେସ୍ ପରେ ଏନଡିଏକୁ ବିଜେଡିର ସମର୍ଥନ ନେଇ ଚର୍ଚ୍ଚା ହେଉଛି । ସମଦୂରତା କଥା ମଧ୍ୟ ସ୍ପଷ୍ଟ କରିଛି ବିଜେଡି । ସଂସଦରେ ଏନେଇ ଆଲୋଚନା ଚାଲିଥିବା ବେଳେ ସରକାରକୁ ସମର୍ଥନ କରିବା ନେଇ ଘୋଷଣା କରିଛି ଦଳ । ମଣିପୁର ହିଂସା ପ୍ରସଙ୍ଗରେ ମିଳିତ ବିରୋଧୀ ଦଳ ମୋଦି ସରକାରକୁ ଅଡୁଆରେ ପକାଇଥିବା ବେଳେ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ ହୋଇଛି।

ରାଜ୍ୟର କ୍ଷମତାସୀନ ବିଜୁ ଜନତା ଦଳ(ବିଜେଡି) ପୁଣିଥରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରତି ନିଃସର୍ତ୍ତ ସମର୍ଥନ କରିଛି । ଦିଲ୍ଲୀ ଅଧ୍ୟାଦେଶ(ଦିଲ୍ଲୀ ସର୍ଭିସ ବିଲ)କୁ ସମର୍ଥନ କରିଛି ଦଳ । ‘ସମଦୂରତ୍ୱ ନୀତି’ର କଥା ମଧ୍ୟ ଦଳ କହିଛି । ଦୀର୍ଘ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ‘ସମଦୂରତ୍ୱ ନୀତି’ର ଦ୍ୱାହି ଦେଇ ବିଜେଡି ନିଜକୁ ଆଜି ପୁଣି ଏହି କଥା ଦୋହରାଇଛି ସତ କିନ୍ତୁ ବିଜେପିକୁ ସମର୍ଥନ ଦେଇଛି । ଗଣତାନ୍ତ୍ରକ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ସହ ସଂଘୀୟ ବ୍ୟବସ୍ଥାକୁ ମଧ୍ୟ ସମର୍ଥନ କରିଛନ୍ତି ପିନାକୀ ମିଶ୍ର । ବିଜେପି ନେତୃତ୍ୱାଧୀନ ଏନଡିଏକୁ ସବୁ ସମୟରେ ସମର୍ଥନ ଦେଇଆସୁଥିବା ବିଜେଡି ସହଯୋଗୀ ସବୁ ସମୟରେ ରହିଆସିଛି । ନିର୍ବାଚନୀ ବର୍ଷରେ ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ବିଜେପି ସହ ରାତି ପାହିଲେ ମୁହାଁମୁହିଁ ହେଉଥିବା ବିଜେଡି କିନ୍ତୁ କେନ୍ଦ୍ରରେ ବିଜେପି ନେତୃ୍ତ୍ୱାଧୀନ ଏନଡିଏକୁ ସୁହାଇବା ପାଇଁ ସମର୍ଥନ ଘୋଷଣା କରିଛି । ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ଅବା ରାଜ୍ୟବାସୀଙ୍କୁ ଦେଇଥିବା ନିଜର ନିର୍ବାଚନୀ ପ୍ରତିଶ୍ରୁତିକୁ ପୂରଣ ପାଇଁ କେନ୍ଦ୍ର ସରକାରଠୁ କିଛି ହାସଲ ନିମନ୍ତେ ବିଜେଡି ଏଭଳି ନିଃସର୍ତ୍ତ ସମର୍ଥନ ଦେଇଥିବା ଚର୍ଚା ହେଉଛି ।
