ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅଧୀନରେ ଚଳିତ ବର୍ଷ ୩୦ ଜୁନ୍‌ ସୁଦ୍ଧା ଓଡ଼ିଶାକୁ ମିଳିଛି ୨୩,୧୨୦ କୋଟି ଟଙ୍କା

ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠି ଅଧୀନରେ ଚଳିତ ବର୍ଷ ଜୁନ୍‌ ୩୦ ତାରିଖ ସୁଦ୍ଧା ଓଡ଼ିଶାକୁ ୨୩,୧୨୦ କୋଟି ଟଙ୍କା ମିଳିଛି । ଏଥିମଧ୍ୟରୁ ୧୭,୭୫୫.୨୦ କୋଟି ଟଙ୍କା ପ୍ରମୁଖ ଖଣିଜ ଦ୍ରବ୍ୟରୁ ମିଳିଥିବା ବେଳେ କୋଇଲା ଓ ଲିଗନାଇଟରୁ ୫୨୩୭.୫୮ କୋଟି ଟଙ୍କା ମିଳିଛି । ସେହିପରି ଲଘୁ ଖଣିଜ ଦ୍ରବ୍ୟରୁ ୧୨୭.୨୧ କୋଟି ଟଙ୍କା ମିଳିଛି ।ଓଡ଼ିଶା ରାଜ୍ୟର ଡିଏମଏଫ ନିୟମ ଅନୁଯାୟୀ, ଅତିକମରେ ୬୦% ପାଣ୍ଠି ଉଚ୍ଚ ପ୍ରାଥମିକତା କ୍ଷେତ୍ରରେ ଖର୍ଚ୍ଚ ହୋଇଥାଏ ଏବଂ ୪୦% ପାଣ୍ଠି ଅନ୍ୟାନ୍ୟ ପ୍ରାଥମିକତା କାର୍ଯ୍ୟରେ ଖର୍ଚ୍ଚ କରାଯାଏ ।